ଶେଷ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଆଜି ଶେଷ ହୋଇଯାଇଛି।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି।ଏହାପରେ ସେ କେଦରନାଥ ରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି।
ଆସନ୍ତା କାଲି ଯାଏ ସେ ଏଭଳି ଧ୍ୟାନରେ ବସିବେ ବୋଲି ଜଣାପଡିଛି।ଧ୍ୟାନରେ ଉଠିବା ପରେ ମୋଦି ବଦ୍ରିନାଥ ଯାଇ ପୂଜର୍ଚ୍ଚନା କରିବେ।ମୋଦି ଧ୍ୟାନରେ ବସିଥିବା ବେଳର ଫଟୋକୁ ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ସେୟାର କରାଯାଇଛି।ସେ ଏକ ଗେରୁଆ ପୋଷାକ ପରିଧାନ କରିଛନ୍ତି ଏବଂ ଧ୍ୟାନ ମୁଦ୍ରାରେ ବସିଥିବା ଫଟୋ ସେୟାର କରାଯାଇଛି।