ପାଟକୁରା ନିର୍ବାଚନ ଆଉ ଅଳ୍ପ ଦିନ ଥିବାବେଳେ ଏବେ ତିନୋଟି ଯାକ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି I ବିଶେଷ କରି ବିଜୟ ମହାପାତ୍ର ଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେଡି ସୁପ୍ରିମ ମଧ୍ୟ ବିଜୟ ଙ୍କୁ ପରାଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି I
ତେବେ ନିକଟରେ ବିଜେପି ଏବଂ ବିଜେଡି ମଧ୍ୟରେ ସମ୍ପର୍କ କୁ ନେଇ ଚର୍ଚା ହେଉଥିବା ବେଳେ, ଆଲୋଚନା ହେଉଥିଲା ଯେ ବିଜୟ ଙ୍କ ପାଇଁ କୌଣସି ହେଭିୱେଟ ନେତା ପ୍ରଚାର କରିନପାରନ୍ତି ,କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ପ୍ରଚାର କୁ ଓଲ୍ହାଇବାକୁ ଯାଉଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ,ଧର୍ମେନ୍ଦ୍ର ଏବଂ ଭୁବେନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ I ପୂର୍ବରୁ ଅପରାଜିତା ମଧ୍ୟ ପ୍ରଚାର କରି ସାରିଛନ୍ତି ବିଜୟ ଙ୍କ ପାଇଁ I