ଦୀର୍ଘ 13ମାସ ତଳୁ ସାଂସଦ ଭାବେ ଇସ୍ତଫା ଦେବା ଏବଂ ଚଳିତ ନିର୍ବାଚନ ରେ ପରାଜୟ ପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଛାଡି ନାହାନ୍ତି ବୈଜୟନ୍ତ ବୋଲି ଗତକାଲି ଟ୍ୱିଟ କରିଥିଲେ ଅନୁଭବ Iଏପରିକି ନୂଆଦିଲ୍ଲୀର ୨ ମହାଦେବ ରୋଡରେ ଥିବା ସେହି ବଙ୍ଗଳା ସାମ୍ନା ରେ ଠିଆ ହେଇ ଫୋଟୋ ଉଠାଇଥିଲେ ଅନୁଭବ ଏବଂ କହିଥିଲେ କି ବୈଜୟନ୍ତଙ୍କ ସୁରକ୍ଷାକର୍ମୀ ମାନେ ଟ୍ରେନିଂ ନେଇଛନ୍ତି ତାଙ୍କୁ ବଙ୍ଗଳା ଭିତରେ ପୁରାଇ ନଦେବାକୁ I
ତେବେ ଏ ସମ୍ପର୍କ ରେ ଆଜି ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ସାଂସଦ ଅନୁଭବ କୌଣସି ପ୍ରାକ୍ ଅନୁମତି କିମ୍ବା ସୂଚନା ନଦେଇ ତାଙ୍କ ବଙ୍ଗଳା କୁ ଆସିଥିଲେ ଫଳରେ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡି ଦେଇନଥିଲେ
I ଘଟଣା ଜଣାପଡିବା ପରେ ବୈଜୟନ୍ତ ଙ୍କ ବ୍ୟକ୍ତିଗତ ସଚିବ ଅନୁଭବ ଙ୍କୁ ଯୋଗାଯୋଗ କରିବାରେ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସଚିବ ଅଭିଯୋଗ କରିଛନ୍ତି I ଏହାଛଡା କାର୍ଯ୍ୟାଳୟ ରୁ କୁହାଯାଇଛି ଯେ ବୈଜୟନ୍ତ ଜୋରଜବରଦସ୍ତ ସେହି ବଙ୍ଗଳା କୁ ମାଡି ବସି ନାହାନ୍ତି , ବିଦ୍ଧିବଦ୍ଧ ଭାବରେ ଅନୁମତି ପାଇଛନ୍ତି ଏବଂ ଏଥିପାଇଁ ମାସିକ ଭଡା ମଧ୍ୟ ଦିଆଯାଉଛି I
ସାଂସଦ ପଦବୀ ରୁ ଇସ୍ତଫା ଦେବାପରେ ସେଠାରେ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ରହିଛି ,ସେଠିକାର ନିୟମ ଅନୁଯାଇ ବ୍ୟବସାୟିକ ଗାଡି ଯିବା ପାଇଁ ସମସ୍ୟା ଅଛି ଯେଉଁଥିପାଇଁ ତାଙ୍କ ଜିନିଷ ସ୍ଥାନାନ୍ତର କରିବାକୁ ସମସ୍ୟା ହେଉଛି ,ତାଙ୍କୁ ଆଉ କିଛିଦିନ ସମୟ ଦରକାର I