ପାଟକୁରା ରେ ଆରମ୍ଭ ହେଇଗଲାଣି ନିର୍ବାଚନ ପ୍ରକ୍ରିୟା Iବିଶେଷ କରି ରାଜ୍ୟ ରାଜନୀତି ରେ ଏବେ ପାଟକୁରା ଚର୍ଚିତ ଥିବାବେଳେ ଗତକାଲି ଜଣେ ମହିଳା ସାମ୍ବାଦିକା ଙ୍କୁ ଆକ୍ରମଣ କରାଯାଇଥିଲା I ମହିଳା ସାମ୍ବାଦିକା ଜଣଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହେଇଥିଲା ବେଳେ ପୁଣି ବିଜେଡି ବିରୁଧରେ ଆସିଛି ସଂଗୀନ ଅଭିଯୋଗ I
ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମିଶ୍ରଙ୍କୁ ଗତକାଲି କିଛି ଦୁବୁର୍ତ୍ତ ଆକ୍ରମଣ କରି ତାଙ୍କଠାରୁ ତାଙ୍କ ଫୋନ ,ସୁନା ଚେନ୍ ଏବଂ ନଗଦ 30 ହଜାର ଟଙ୍କା ଛଡାଇ ନେଇଥିବା ବିଧାୟକ ପ୍ରାଥୀ ଅଭିଯୋଗ କରିଛନ୍ତି I ଏପରିକି ବିଧାୟକ ପ୍ରାଥୀ ଙ୍କୁ ବିଜୁ ଯୁବ ବାହିନୀ ର କର୍ମୀ ସୁବାଷ ଖୁଣ୍ଟିଆ ରବି ବାରିକ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଅପରପକ୍ଷରେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ I