ପାଟକୁରା ରେ ମହିଳା ସାମ୍ବାଦିକା ସ୍ଵାତି ଙ୍କୁ ଆକ୍ରମଣ ସହିତ ଅର୍ଗସ ଗଣମାଧ୍ୟମ ଟିମ୍‌କୁ ଆକ୍ରମଣ

ନିକଟରେ କେନ୍ଦ୍ରାପଡା ରେ ଏସପି ନିଉଜ 18 ର ସାମ୍ବାଦିକ ଙ୍କୁ ମାଡ ମାରିବାକୁ ହାତ ଉଠାଇଥିବା ବେଳେ ପୁରୀରେ କନକ ନିଉଜ ସାମ୍ବାଦିକ ଏବଂ ସମ୍ବଲପୁର ରେ କଳିଙ୍ଗ ଟିଭି ସାମ୍ବାଦିକ ଙ୍କୁ ପୋଲିସ ବାବୁ ଆକ୍ରମଣ କରିଥିଲେ I ସାମ୍ବାଦିକ ମାନଙ୍କୁ ଲଗାତାର ଆକ୍ରମଣ କରାଯାଉଥିବା ବେଳେ ଏବେ ପୁଣି ପାଟକୁରା ରେ ଜଣେ ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ କରାଯାଇଛି I ଖବର ଅନୁଯାଇ ପାଟକୁରା ନିର୍ବାଚନ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ମହିଳା ସାମ୍ବାଦିକା ସ୍ଵାତି ଜେନା ଙ୍କ ସହିତ ଅର୍ଗସ ଟିମ୍ କୁ କିଛି ଦୁବୁର୍ତ୍ତ ଆକ୍ରମଣ କରିଥିଲେ Iଏପରିକି ଡ୍ରାଇଭର ଙ୍କୁ ନିର୍ଘାତ ମାଡ ମାରିଥିଲେ I ତେବେ ଏହି ଘଟଣାରେ ବିଜେଡି କର୍ମୀ ସମ୍ପୃକ୍ତ ଥାଇପାରନ୍ତି ବୋଲି ଅର୍ଗସ ତରଫରୁ ଆଶଙ୍କା କରାଯାଇଛି I

Leave a Reply

Your email address will not be published. Required fields are marked *