ଆରମ୍ଭ ହେଇଗଲାଣି ପାଟକୁରା ପାଇଁ ଭୋଟ ଗ୍ରହଣ I ସକାଳ ୭ଟାରୁ ମତଦାନ ଆରମ୍ଭ ହେଇଥିବା ବେଳେ ,ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ମାନେ ମତଦାନ କରିପାରିବେ I ରାଜ୍ୟ ରାଜନୀତି ରେ ଏବେ ପାଟକୁରା କୁ ଜୋରଦାର ଚର୍ଚା ଚାଲିଥିବା ବେଳେ ଫୋକସ ରେ ଅଛନ୍ତି ବିଜୟ ମହାପାତ୍ର I ନବୀନ ଙ୍କ ମୁଖ୍ୟ ବିରୋଧୀ କୁହାଯାଉଥିବା ବିଜୟ ମହାପାତ୍ର ଭାବେ ପରିଚିତ ବିଜୟ ମହାପାତ୍ର ଦୀର୍ଘ 19ବର୍ଷ ଧରି ବିଧାନସଭା ମାଟି ମାଡ଼ିନାହାନ୍ତି I
ପ୍ରତିଥର ତାଙ୍କୁ ନବୀନ ପରାଜୟ ର ସ୍ୱାଦ ଚଖାଇଥିବା ବେଳେ ଏଥରକ ବିଜେଡି ପ୍ରାଥୀ ଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ସାବିତ୍ରୀ ନିର୍ବାଚନ ରେ ଥିବାବେଳେ ବିଜୟ ଙ୍କ ପଲା ଟିକେ ଭାରି ଅଛି ,ତଥାପି ପାଟକୁରା ରେ ଯେଉଁଭଳି ଭାବରେ ବିଜେଡି ର ପ୍ରଚାର ଏବଂ ରଣକୌଶଳ ଚାଲିଛି ବିଜୟ ଯେ ସେ ଚକ୍ରବୃହ କୁ ଭେଦ କରି ବିଜୟ ପାଇବେ ତାହା ସମ୍ଭବ ଲାଗୁନାହିଁ I
ଏମିତିରେ ବି ଯଦି ଦେଖାଯାଏ ନବୀନ ତାଙ୍କ ବିରୋଧୀ ମାନଙ୍କୁ ସଦାବେଳେ ପରାଜୟ କରିବାରେ ସିଦ୍ଧହସ୍ତ ,ସେ ପ୍ୟାରୀ ,ବୈଜୟନ୍ତ କିମ୍ବା ଦାମ ହୁଅନ୍ତୁ I ତେବେ ଯଦି ବିଜୟ ଜିତି ଯାଆନ୍ତି ତାହେଲେ ତାହା ହେବ ଏକ ଇତିହାସ ଆଉ ଯଦି ହାରିଯାଆନ୍ତି ତେବେ ବୋଧହୁଏ ବିଜୟ ରାଜନୀତି ରୁ ସନ୍ୟାସ ନେଇଯିବେ I