ସୃଷ୍ଟି ହେଇଛି ଲଘୁଚାପ ,ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷୀବ ,୨୯ରୁ ପୁଣି ଏକ ଲଘୁଚାପ

ଶ୍ରାବଣ ମାସ ଆରମ୍ଭ ହେଇଯାଇଥିଲେ ମଧ୍ୟ ଏଯାଏଁ ବର୍ଷାର ଦେଖା ନାହିଁ I ତେବେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଓଡିଶା ମୁଁହା ରହିଛି I ଏହା ଆସନ୍ତା 24ଘଣ୍ଟା ମଧ୍ୟରେ ଘନୀଭୂତ ହେଇ ଲଘୁଚାପ ରେ ପରିଣତ ହେବ I ଏହି ଲଘୁଚାପ ଦ୍ୱାରା ଆସନ୍ତାକାଲି ଠାରୁ ଲଗାଣ ବର୍ଷା ଲାଗିରହିବା ସହିତ ୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି I ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରାଯାଉଛି I

ଆସନ୍ତାକାଲି ଠାରୁ 28ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ I ୨୫ ତାରିଖରେ କେନ୍ଦୁଝର , ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ , ମାଲକାନଗିରି ,କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୬ ତାରିଖରେ ଢେଙ୍କାନାଳ , କଟକ ,ଅନୁଗୁଳ ,ଯାଜପୁର ,ଦେବଗଡ ,ସୁନ୍ଦରଗଡ ,ସମ୍ବଲପୁର ,କୋରାପୁଟ ,ମୟୁରଭଞ୍ଜ ,କଳାହାଣ୍ଡି ପାଇଁ ୟେଲା ୱାର୍ଣ୍ଣିଂ ଜାରି ହୋଇଛି ।

ଏହାସହିତ ୨୭ ତାରିଖ ରେ ବଲାଙ୍ଗିର,ନବରଙ୍ଗପୁର , ବରଗଡ଼, ଝାରସୁଗୁଡା , ସୁନ୍ଦରଗଡ଼,ସମ୍ବଲପୁର ଏବଂ କୋରାପୁଟ ରେ ବର୍ଷା ଲାଗିରହିବ I

Leave a Reply

Your email address will not be published. Required fields are marked *