ଐତିହାସିକ ଧାରା ୩୭୦ ଉଚ୍ଛେଦ ହେବାପରେ ,ଏବେ ଜମ୍ମୁ-କଶ୍ମୀର ରେ ପରିସ୍ଥିତି ସଙ୍ଗୀନ ରହିଛି I ଘାଟି ରେ 40ହଜାର ସେନା ନିୟୋଜିତ ଥିବାବେଳେ ପରିସ୍ଥିତି କୁ ସ୍ୱାଭାବିକ କରିବାକୁ କିଛି ନେତା ଗୃହବନ୍ଦୀ ଥିଲେ I ତେବେ ଆଇନଶୃଙ୍ଖଳା ପରିସ୍ଥିତି କୁ ନଜର ରଖି ପୂର୍ବରୁ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ଗିରଫ କରିଥିଲା ପୋଲିସ ଏହାସହିତ ପିପୁଲ୍ସ କନଫେରନ୍ସର ଆହୁରି ଦୁଇଜଣ ନେତା ଲୋନ ଓ ଅନସାରୀ ଙ୍କୁ ମଧ୍ୟ ଗିରଫ କରାଯାଇଛି I ଗିରଫ ର ନିର୍ଦ୍ଧିଷ୍ଟ କାରଣ ସ୍ପଷ୍ଟ ହେଇନଥିଲେ ମଧ୍ୟ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି କୁ ସ୍ୱାଭାବିକ କୁ ଆଣିବାକୁ ଗିରଫ କରାଯାଇଛି ବୋଲି ଆଲୋଚନା ହେଉଛି I