କଥାରେ ଅଛି ,ତମ ହୃଦୟ ଦେବ କି ? ପ୍ରେମରେ ପଡିଲେ କୁହାଯାଏ ପ୍ରେମିକ ପ୍ରେମିକା ହୃଦୟ ଦେଇଦିଅନ୍ତି କିନ୍ତୁ ହୃଦୟ ବିନା ମଣିଷ ବଞ୍ଚିବା ସହଜ ନୁହେଁ I କିନ୍ତୁ ଜଣେ ଓଡ଼ିଆ ପୁଅ ନିଜ ହୃଦୟ ଦାନ କରିଦେଇଛନ୍ତି ତାହା ପୁଣି ଜୀବନ୍ତ ଅବସ୍ଥାରେ I ସୂଚନା ଅନୁଯାଇ ଘଟଣାଟି ଗଂଜାମ ଜିଲ୍ଲାର I ଏହି ଜିଲ୍ଲାର ସୁରତ ବେହେରା ,ସୁରଟ ରେ ଏକ କପଡା କାରଖାନା ରେ କାମ କରୁଥିଲେ Iଛୋଟବେଳୁ ସେ ପରୋପକାରୀ ଥିଲେ I ତେବେ ଗତ ଅକ୍ଟୋବର ୨୯ରେ ସେ କାରଖାନା ରୁ ଘରକୁ ଫେରୁଥିବା ସମୟରେ ତାଙ୍କ ର ଏକ ଦୁର୍ଘଟଣା ହେଇଥିଲା I
ଦୁର୍ଘଟଣା ରେ ଗୁରୁତର ହେବା ସହିତ ଆଉ ବଞ୍ଚିବାର ସମ୍ଭାବନା ନଥିଲା ଏପରିକି ତାଙ୍କ ବ୍ରେନଡେଡ୍ ହେଇଯାଇଥିଲା I ମୃତ୍ୟୁ ଅପେକ୍ଷା କରିଥିଲା ଆଉ ମାତ୍ର କିଛି ମୁହୂର୍ତକୁ I ତେବେ ମୃତ୍ୟୁ ପୂର୍ବରୁ ସୁରତ ଏମିତି କିଛି କାମ କରିଥିଲେ ,ଯାହାଫଳରେ ସେ ମରିବି ଅମର ହେଇଗଲେ I ସୁରତ ଙ୍କ ଶେଷ ଇଛା ପୂର୍ଣ୍ଣ କରାଯାଇଥିଲା ,ତାଙ୍କ ହୃଦୟ କୁ ଅସ୍ତ୍ରପଚାର କରାଯାଇ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା ଏବଂ ସୁରଟ ରୁ ମୁମ୍ବାଇ ଯାତ୍ରା କରିଥିଲା ସୁରତ ଙ୍କ ହୃଦୟ I
ମୁମ୍ବାଇରେ ଗୁରୁତର ଥିବା ଜଣେ ମହିଳାଙ୍କ ଶରୀରରେ ସୁରତ ଙ୍କ ହୃଦୟ ଲାଗିଥିଲା I ମହିଳା ଜଣଙ୍କ ଏକ ନୂଆ ଜୀବନ ପାଇଥିଲେ ,ସେହିପରି ସୁରତ ଙ୍କ ଆଖି ,କିଡ଼ନୀ ମଧ୍ୟ ଦାନ କରିଦିଆଯାଇଥିଲା ହସ୍ପିଟାଲ କୁ
I ଏହି ଘଟଣାଟି ଏବେ ସବୁଆଡେ ଚର୍ଚା ହେଉଛି I ମୃତ୍ୟୁ ପରେ ମଧ୍ୟ ସୁରତ ବଂଚିଯାଇଛନ୍ତି ଅନ୍ୟ ହୃଦୟରେ I