ମୋ ସରକାର ପାଇଁ ଫେରି ପାରିଲେ ୮୦ହଜାର ଟଙ୍କା:ଜାଣନ୍ତୁ କିପରି ବ୍ୟବହାର କରିବେ ମୋ ସରକାର କୁ

୨୦୧୯ ଜାନୁଆରୀ ୨୨ ତାରିଖରେ ଆକାଉଣ୍ଟ୍ ରୁ କଟାଯାଇଥିଲା ୮୦ହଜାର ଟଙ୍କା। ଏବଂ ଏ ନେଇ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ ଖାତା ଧାରି ଭୀମସେନ ବେହେରା। ଜାନୁଆରୀ ୨୨ ତାରିଖ ବିଳମ୍ବିତ ରାତିରେ ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଏବଂ ଭୋର୍ ସମୟରେ ପୁନର୍ବାର ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଏପରି ୮୦ ହଜାର ଟଙ୍କା କୋଲକାତା ରୁ କେହି ଉଠାଇ ନେଇଥିଲେ ବୋଲି ତାଙ୍କ ମୋବାଇଲ କୁ ମେସେଜ ଆସିଥିଲା।ଏବଂ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା।ବାରମ୍ବାର ଥାନା ଏବଂ ବ୍ୟାଙ୍କ୍ କୁ ଦୋୖଡି ଦୋୖଡି ସେ ନୟାନ୍ତ ହୋଇଯାଇଥିଲେ। ଟଙ୍କା ଫେରିବାର ଆଶା ମଧ୍ୟ ସେ ଛାଡିଦେଇଥିଲେ

ଶେଷରେ ସେ ଟିଭି ରୁ ମୋ ସରକାର ଯୋଜନା ବିଷୟରେ ଜାଣି ଟୋଲ ଫ୍ରି ନମ୍ୱର୍ ରେ ଫୋନ କରିଥିଲେ।ଏବଂ ଏହାପରେ ତାଙ୍କ ଆକାଉଣ୍ଟ୍ କୁ ୮୦ ହଜାର ଟଙ୍କା ଫେରି ଆସିଥିଲା।ଏଥିପାଇଁ ସେ ମୋ ସରକାର ଯୋଜନାକୁ ଏବଂ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *