ନିକଟରେ ତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣାରେ କ୍ଷମା ମାଗିଛନ୍ତି ଅନୁଭବ ତେବେ କ୍ଷମା ପ୍ରାର୍ଥନା ଭିଡିଓ ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ସାମ୍ବାଦିକ ଙ୍କୁ କ୍ଷମା ମାଗିବା ବଦଳରେ କେବଳ ବୈଜୟନ୍ତ ତାଙ୍କୁ ହଇରାଣ କରୁଛନ୍ତି ,ବୈଜୟନ୍ତ ଙ୍କ ଓଟିଭି ତାଙ୍କୁ ମାନସିକ ଅଶାନ୍ତି ଦେଉଛି କହିଥିଲେ I ଏହା ସହିତ ଦେଢ଼ଲକ୍ଷ ରୁ ଉର୍ଦ୍ଧ ଭୋଟ ରେ ବୈଜୟନ୍ତ ଙ୍କୁ ହରାଇଥିବାର ଅହଂକାର ମଧ୍ୟ ଦର୍ଶାଇବାକୁ ପଛାଇ ନାହାନ୍ତି, ତେବେ ଏତେ ସଂଖ୍ୟକ ଭୋଟ ରେ ଜିତିବା ପରେ ମଧ୍ୟ ଖୁସି ନାହାନ୍ତି ଅନୁଭବ ,ଶୟନେ ସ୍ୱପ୍ନେ ଜାଗରଣେ କେବଳ ବୈଜୟନ୍ତ ହିଁ ବୈଜୟନ୍ତ I
ଏକଥା ଆମେ କହୁନୁ ନିଜେ ଅନୁଭବ କହିଛନ୍ତି ,ତାଙ୍କ କହିବାନୁଯାୟୀ ଜିତିବା ପରେ ଅନୁଭବ ଙ୍କୁ ବୈଜୟନ୍ତ ମାନସିକ ଅଶାନ୍ତି ଦେଉଛନ୍ତି ତାଙ୍କ ମାଲିକାନା ରେ ଥିବା ଓଟିଭି ଦ୍ୱାରା I ତେବେ ଏହା ପ୍ରଥମ ଘଟଣା ନୁହେଁ ବୈଜୟନ୍ତ ଙ୍କୁ ଯେତେବେଳେ ବି ଅନୁଭବ ହଇରାଣ କରିବାକୁ ଚାହିଁଛନ୍ତି ସେତେବେଳେ ବି ନିଜେ ସମାଲୋଚିତ ସହିତ ମାନସିକ ଅଶାନ୍ତି ପାଇଛନ୍ତି ,
ଏଇ ଯେମିତି ନିକଟରେ ବୈଜୟନ୍ତ ଦିଲ୍ଲୀ ଘର ଛାଡ଼ନ୍ତୁ ବୋଲି କହି ତାଙ୍କ ଘରକୁ ପଶିବାକୁ ଚେଷ୍ଟା କରିଥିଲେ କିନ୍ତୁ ସିକୁରିଟି ତାଙ୍କୁ ଭିତରକୁ ଛାଡ଼ିନଥିଲେ ପରେ ବୈଜୟନ୍ତ ସ୍ପଷ୍ଟୀକରଣ ରଖିଥିଲେ ଯେ ସରକାର ଙ୍କୁ ସେ ଦିଲ୍ଲୀ ଘର ର ଭଡା ଦେଉଛନ୍ତି ଏବଂ ଏଥିପାଇଁ ଅନୁମତି ମଧ୍ୟ ନେଇଛନ୍ତି I ଅନୁଭବ ଅନଧିକାର ପ୍ରବେଶ କରିଥିଲେ ,ଏହି ଘଟଣା ରେ ଅନୁଭବ ନିଜେ ସମାଲୋଚିତ ହେଇଥିଲେ I ଏବେ ପୁଣି ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ନିନ୍ଦିତ ହେଲେ I