ସେସୁ ର 51% ମାଲିକାନା କୁ 25ବର୍ଷ ପାଇଁ ଅଧିଗ୍ରହଣ କରି ନେଇଛି ଟାଟା ପାୱାର I ଆର୍ଥିକ କ୍ଷତି ରେ ବୁଡି ରହିଥିବା ସେସୁ ର ଦାୟିତ୍ୱ ଏବେ ଟାଟା ପାୱାର ନେବ I ଏନେଇ ଖୋଦ ଟାଟା ପାୱାର ସିଇଓ ପ୍ରଭିର ସିନ୍ହା ଗଣମାଧ୍ୟମ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି I ପ୍ରଭିର ଙ୍କ କହିବାନୁଯାୟୀ ଓଡ଼ିଶାର ସେସୁ ର 5ଟି ସର୍କଲ ପାଇଁ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ତାଙ୍କୁ ମିଳିଥିବା ବେଳେ ଆଗାମୀ ଦିନରେ ନେସ୍କୋ ୱେସ୍କୋ ସାଉଥକୋ ର ଘରୋଇକରଣ ହେବାକୁ ଯାଉଛି I ଏହି ତିନୋଟି ବଣ୍ଟନ କମ୍ପାନୀ କୁ ଟାଟା ପାୱାର ଅଧିଗ୍ରହଣ କରିବାକୁ ନଜର ରଖିଥିବା ସିଇଓ କହିଛନ୍ତି I
ଏହା ସହିତ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଯେଉଁଭଳି ଭାବରେ କ୍ଷତି ହେଉଥିବା ବିଦ୍ୟୁତ କମ୍ପାନୀ କୁ ସେ ଏବେ ଲାଭଜନକ ସ୍ଥିତି ରେ ପହଞ୍ଚାଇଲେ ଓଡ଼ିଶାରେ ମଧ୍ୟ ତାହା କରିକି ଦେଖାଇବେ I ଦିଲ୍ଲୀ ଭଳି ଓଡ଼ିଶାରେ 24*7 ବିଦ୍ୟୁତ ସେବା ଯୋଗାଇଦେବାକୁ ଟାଟା ପାୱାର ନୂଆ ଉଦ୍ୟମ କରିବ I