ରାଜ୍ୟରେ ୩୯ ଛୁଇଁଲା କରୋନା ,ରାଜଧାନୀ ରେ ୩୨ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍

Odishaexclusive

ଗୋଟିଏ ଦିନରେ ବିଗିଡ଼ିଗଲା ରାଜଧାନୀ ର ସ୍ଥିତି I ପୂର୍ବରୁ ଓଡ଼ିଶାରେ 21ଜଣ ଥିବାବେଳେ ଗତକାଲି ପ୍ରଥମେ ଦୁଇଜଣ ରାଜଧାନୀ ରେ ଚିହ୍ନଟ ହେଇଥିଲେ ଏହାପରେ ସନ୍ଧ୍ୟା ସମୟରେ ପୁଣି 16ଜଣ ଚିହ୍ନଟ ହେଲେ I ସମୁଦାୟ ରାଜ୍ୟରେ 39ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହେଇଥିବା ବେଳେ କେବଳ ରାଜଧାନୀ ଓଡ଼ିଶାରେ 32ଜଣ ଚିହ୍ନଟ ହେଇଛନ୍ତି I ଯାହାକି ଏବେ ଚିନ୍ତାଜନକ ବିଷୟ ପାଲଟିଛି I ଘଟଣାର ଗୁରୁତ୍ୱ କୁ ବୁଝି କେହି ଅଯଥାରେ ବାହାରକୁ ନବାହାରିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଅନୁରୋଧ କରିଥିବା ବେଳେ ଭୟଭୀତ ନହେବାକୁ ମଧ୍ୟ କହିଛି I

ମାତ୍ର 3ଦିନ ତଳେ ୩ ତାରିଖରେ ଏକାଥରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହେଇଥିବା ବେଳେ ପୁଣି ଗତକାଲି ଏକାଥରେ 18ପଜିଟିଭ ଚିହ୍ନଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି I ତେବେ 39ଜଣଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି I ଅଧିକ ଖବର ପାଇଁ ଫେସ୍ବୁକ ରେ ଆମ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *