ଗତକାଲି ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରି ନପାରି ତଳେ ଖସି ପଡି ଦୁଇ ଖଣ୍ଡ ହେଇଯାଇଥିବା ବେଳେ ବର୍ତମାନ ସୁଦ୍ଧା ଖବର ଅନୁଯାୟୀ 16ଜଣ ମୃତ୍ୟୁ ଏବଂ 123 ଜଣ ଆହତ ଙ୍କ ସହିତ ଦୁଇ ପାଇଲଟ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି I ତେବେ ମୃତ୍ୟୁବରଣ କରିଥିବା ୱିଙ୍ଗ କମାଣ୍ଡର ଦୀପକ ଭାସନ ସାଥ ଜଣେ ସର୍ବୋଚ୍ଚ ଭାରତୀୟ ବାୟୁସେନା ଯୁଦ୍ଧବିମାନ ପାଇଲଟ ଥିଲେ ଯିଏକି ତାଙ୍କର 22 ବର୍ଷର IAF ସମୟରେ ସୋଭିଏତ୍ ମୂଳ ମିଗ୍ -21 ଯୁଦ୍ଧ ବିମାନ ଉଡ଼ାଣ ବିଷୟରେ ଜାଣିଥିଲେ।
ଏପରିକି ସେ ତାଙ୍କ ଦକ୍ଷତା ପାଇଁ ଗୋଲ୍ଡ ମେଡାଲ ସହିତ ଜୁନ୍ 1981 ରେ ହାଇଦ୍ରାବାଦ ନିକଟ ଡୁଣ୍ଡିଗାଲରେ ବାୟୁସେନା ଏକାଡେମୀରୁ ସ୍ନାତକ ହାସଲ କରିବା ସମୟରେ ଲୋଭନୀୟ “ଖଣ୍ଡା” (ତାଙ୍କ ଦକ୍ଷତାର ସ୍ୱୀକୃତି) ପ୍ରାପ୍ତ ହେଇଥିଲେ ସେ I ଗତକାଲି ୧୮୪ ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବା ବିମାନ ଟି ସନ୍ଧ୍ୟା ୭ଟା ୪୫ ମିନିଟ୍ରେ କୋଝିକୋଡ ପହଞ୍ଚିଥିଲା। ପ୍ରବଳ ବର୍ଷାଯୋଗୁ ବିମାନ ଟି ଅବତରଣ କରିବା ନେଇ ସମର୍ଥ ହେଇନଥିଲା I ଅବତରଣ ରନୱେ ଉପରେ ପାଇଁ ତିନିଥର ଉଡାଣ କରି ମଧ୍ୟ ଅବତରଣ ହେଇ ପାରିନଥିଲା ,ତେବେ 180 ରୁ ଉର୍ଧ ଯାତ୍ରୀ ଙ୍କ ଜୀବନ କୁ ରକ୍ଷା କରିବାକୁ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ ପାଇଲଟ କିନ୍ତୁ ବିମାନ ଟି ତଳକୁ ଖସି ପଡିଥିଲା ତେବେ ବିମାନରେ ନିଆଁ ଲାଗି ନଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବଞ୍ଚି ଯାଇଛନ୍ତି I