ବିନା ହେଲମେଟ ରେ ପୂଜା ହେବନି  ଗାଡି ମା’ ଶାରଳାଙ୍କ ମନ୍ଦିରରେ ଲାଗିଲା  ସୂଚନା ବୋର୍ଡ

ହେଲମେଟ  ନାହିଁ ତ ଆପଣଙ୍କର ଗାଡି ପୂଜା ହେଇପାରିବ ନାହିଁ ଏପରି ସୂଚନା ଲାଗିଛି ମନ୍ଦିରରେ I 


 ବିନା ହେଲମେଟରେ ମନ୍ଦିରରେ ପୂଜା ହେବନି ବାଇକ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ ନାହିଁ । ଏ ନେଇ ମନ୍ଦିର ସମ୍ମୁଖରେ ଏକ ସଡକ ସୁରକ୍ଷା ସାଇନ ବୋର୍ଡ ଲଗାଯାଇଛି । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ପରି ପଦକ୍ଷେପ ନିଆ ଯାଇଥିବାର ଜଣାଯାଇଛି । ପ୍ରଥମ ଥର ପାଇଁ ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜ I  

ତେବେ ଏପରି ସଚେତନତା କୁ ସବୁ ବର୍ଗରୁ ପ୍ରସଂଶା ସହିତ ସାଧୁବାଦ ର ସୁଅ ଛୁଟୁଛି  ସୋସିଆଲ ମିଡିଆରେ  ମଧ୍ୟ  ଏହି ସାଇନବୋର୍ଡର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି  ।ତେବେ ସେ ଯାହା ବି ହେଉ ଏହା  କିଛି ମାତ୍ରାରେ ସଡକ ଦୁର୍ଘଟଣା ଏଡ଼ାଇଦେଇ ପାରିବ ବୋଲି ସବୁ ମହଲରେ ଚର୍ଚା I

Leave a Reply

Your email address will not be published. Required fields are marked *