ମାର୍ଚ୍ଚରେ  ଓଡିଶା ବାହୁଡ଼ିବେ   ଜଗା-ବଳିଆ

ସାରା ଦେଶରେ ଚହଳ ସୃଷ୍ଟି କରିଥିବା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଆସନ୍ତା ମାର୍ଚ୍ଚରେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ  ହେଇ ଓଡିଶା ବାହୁଡ଼ିବେ  ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା  ସୂଚନା ଦେଇଛନ୍ତି ।


 ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ ଦଳ  ଏମ୍‌ସ ଯାଇ ଜଗା-ବଳିଆ ଙ୍କ ସ୍ୱାସ୍ଥ୍ୟ ବସ୍ଥା ତଦାରଖ କରିବା ସହିତ   ଦିଲ୍ଲୀ ଏମ୍‌ସ ଡାକ୍ତର ମାନଙ୍କ ସହିତ  ଆଲୋଚନା କରିବେ। ଯେହେତୁ  ଜଗା-ବଳିଆ ଙ୍କ ସମ୍ପୂର୍ଣ ଚିକତ୍ସା ସରିନି ତେଣୁ ଓଡିଶା ର ଏକ ହସ୍ପିଟାଲ ରେ ବରିଷ୍ଠ ଡାକ୍ତର ମାନଙ୍କ ତତ୍ୱାବଧାନରେ ସେମାନଙ୍କର  ଚିକିତ୍ସା ଜାରି ରହିବ। ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବେ।

Leave a Reply

Your email address will not be published. Required fields are marked *