ବାସ୍ତୁ ଅନୁଯାଇ ଯିବ ଜନ୍ତୁ ମାନେ ଶୁଭ ଅଶୁଭର ସଂକେତ ଦେଇଥାନ୍ତି , କିନ୍ତୁ ତାହା ନିର୍ଭର କରେ ଆମେ ତାକୁ ବିଶ୍ୱାସ କରୁଛେ କିମ୍ବା ନା I କିନ୍ତୁ ଏମିତି କିଛି ଘଟଣା ଘଟେ ଯାହା ଆମକୁ ବିଶ୍ୱାସ କରିବାକୁ ବାଧ୍ୟ କରିଦିଏ I
ସେହିପରି ପିମ୍ପୁଡି ଏପରି ଏକ ଛୋଟ କୀଟ ଯାହା ଆମକୁ ଶୁଭ ଅଶୁଭ ର ସୂଚନା ଦେଇଥାଏ I
ଘରକୁ ଯଦି କଳା ପିମ୍ପୁଡି ର ଛୁଅ ଛୁଟିଥାଏ ତେବେ ଧରିନେବାକୁ ହେବ ଯେ ଆପଣଙ୍କ ଘରକୁ ଖୁବ ଶୀଘ୍ର ଖୁଶି ଖବର ଆସୁଛି I
କିନ୍ତୁ ରଙ୍ଗ ପିମ୍ପୁଡି ଆସିଲେ ଏହା ହାନିକାରକ ର ସୂଚନା I ଆପଣ ସତର୍କ ହେଇଯାଆନ୍ତୁ I ଯଦି ପାରିବେ ମଙ୍ଗଳବାରେ ଲାଲ ପିଂପୁଡି ଙ୍କୁ ମା ମଙ୍ଗଳା ଙ୍କୁ ସୁମରଣା କରି ଅରୁଆ ଚାଉଳ ର ଦାନା ଖାଇବାକୁ ଦିଅନ୍ତୁ , ଘରକୁ ଆସୁଥିବା ବିପଦ ଦୁରିଭିତ ହେଇଯିବ I
ଯଦି ଲାଲ ପିମ୍ପୁଡି ଅଣ୍ଡା ଧରି ଯାଉଥିବାର ଆପଣ ଦେଖନ୍ତି ଏହା ଶୁଭ ଅଟେ l
ଯେଉଁ ମାନଙ୍କର ରୁଣ ଭାର ବଢିବଢି ଯାଉଥାଏ ସେମାନେ ଅଟ୍ଟାରେ ଚିନି ମିଶାଇ ପିମ୍ପୁଡି କୁ ଖାଇବାକୁ ଦେଲେ ଋଣଭାର କମିଥାଏ