ବରଯାତ୍ରୀ ରୁ ଫେରୁଥିବା ବେଳେ ବସ୍ ଯାତ୍ରା ହେଲା ଶେଷ ଯାତ୍ରା : ବିଦ୍ୟୁତ ନେଇଗଲା 2 ଜୀବନ
ଶନିବାର ସନ୍ଧ୍ୟା ସମୟରେ ବରଯାତ୍ରୀ ଙ୍କୁ ଆଣିବାକୁଯାଉଥିବା ଏକ ଘରୋଇ ବସ୍ ରେ ହଠାତ ଉପରେ ଯାଇଥିବା ଖୋଲା ବିଦ୍ୟୁତ ତାର ଲାଗିଯିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହେଇଥିଲେ I ଗୁରୁତର ଆହତ କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସେ ଆଖିବୁଜିଦେଇଥିଲେ I
ଘଟଣା ଟି କୋରାପୁଟ ଜିଲା ଅନ୍ତର୍ଗତ ଜୟପୁର ସଦର ଥାନା ଅଞ୍ଚଳର I ଘଟଣାଟି ସ୍ଥାନୀୟ ଅଂଚଳରେ ଶୋକର ସାୟା ଖେଳାଇଦେଇଛି I