ପୁରୀ ସ୍ବର୍ଗଦ୍ବାରରେ ଅଭିନେତ୍ରୀ ଅନୀତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ଅନୀତାଙ୍କୁ ମୁଖାଗ୍ନୀ ଦେଲେ ପୁତୁରା ଅଂଶୁମାନ ଦାସ, ଶେଷକୃତ୍ୟରେ ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ lପଞ୍ଚଭୂତ ରେ ଲୀନ ହେଲେ ଓଡ଼ିଆ ଫିଲ୍ମ ଜଗତର ମହାନାୟିକା ଅନିତା ଦାସ I ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କ ଶେଷକୃତ୍ୟ କରାଯାଇଛି I ଦିନେ ସେ କାଳିଆର ମା ଭୂମିକାରେ ଅଭିନୟ କରୁଥିଲେ , କାଳିଆକୁ ନିଦରେ ଶୁଆଇଦେଉଥିଲେ ଆଜି କିନ୍ତୁ ସେହି କାଳିଆର ସ୍ୱର୍ଗଦ୍ୱାର ରେ ଶେଷ ଜୁଇ ଜଳିଛି ଅନୀତାଙ୍କର I ଆଜି କିନ୍ତୁ ଆଉ ଦେଖିବାକୁ ମିଳିବନି ତାଙ୍କ ବରିଷ୍ଠ ଅଭିନୟ , ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି ଅନିତା ଦାସ I
ଗତକାଲି କଟକଠାରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହେଇଥିଲା I ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା।
ଅଭିନୟ ଜଗତରେ ସେ ସୃଷ୍ଟି କରିଥିଲେ ଏକ ନିଆରା ପରିଚୟ, ପାଖାପାଖି ୧୦୦ରୁ ଉର୍ଧ ସିନେମାରେ ସେ ଛାଡିଛନ୍ତି ତାଙ୍କର ବଳିଷ୍ଠ ଛାପ I ଏଇଥିପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ର ସହିତ ମାନପତ୍ର ବି ପାଇଥିଲେ I ଏହି ମହାନାୟିକା ଙ୍କ ଅକାଳ ବିୟୋଗରେ ଓଡିଶା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଯାଯାବର I ତେବେ କି ହେବ ଶୁଆ ପୋଷିଲେ ଚଳଚିତ୍ରରେ ତାଙ୍କ ନିଖୁଣ ଅଭିନୟ ଆଜିବି ଆଖିରୁ ଲୁହ ଝରାଇଦିଏ I ଭଗବାନ ତାଙ୍କ ଅମର ଆତ୍ମା ର ସଦଗତି କରାନ୍ତୁ I