କେତେବେଳେ କାନ୍ଧରେ ଶବ ବୁହା ତ କେତେବେଳେ ଟ୍ରଲିରେ ଶବ ବୁହା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲାରେ ଏବେ ମୋଟର ସାଇକେଲରେ ଶବ ନେବା ଘଟଣା ପଦାକୁ ଆସିବା ସହ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଡ଼ୁମୁଲୁଗୁମ୍ମା ପଂଚାୟଚ ଠାରୁ ୫ କିଲୋମିଟର ଦୂରରେ ଥିବା ନୂଆଗୁଡ଼ା ଗ୍ରାମର ଭଗବାନ ଗଲୋରୀଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ କୁଡ଼ୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ମହାପ୍ରୟଣା ଆମ୍ୱୁଲାନ୍ସ ସେବା ନ ଥିବାରୁ ପରିବାର ଲୋକ ବାଧ୍ୟ ହୋଇ ନେଇଥିବା ମୋଟର ସାଇକେଲରେ ଶବ ଧରି ଗ୍ରାମକୁ ଫେରିଥିଲେ। ଏହି ଘଟଣା ପରେ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ନଭେମ୍ୱର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଟିମ୍ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଭ୍ରମଣ କରି ଭିତିଭୂମି ଠିକ ଥିବା ରିପୋର୍ଟ ଦେଇଥିଲେ। ହେଲେ ସେମାନେ କିପରି ଜାଣିପାରିଲେ ନାହିଁ ଯେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ବି ଆମ୍ୱୁଲାନ୍ସ ନଥିବା ଘଟଣା। ଫଳରେ କେନ୍ଦ୍ରୀୟ ଟିମ୍ ପ୍ରଦାନ କରିଥିବା ରିପୋର୍ଟକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତୁରନ୍ତ ଆମ୍ୱୁଲାନ୍ସ ଯୋଗାଇ ଦେବାକୁ ଦାବି ହେଉଛି