ଏକତରଫା ପ୍ରେମ :-ପ୍ରେମ ସ୍ୱୀକାର ନକଲାଠୁ  ଛାତ୍ରୀ ଙ୍କୁ  ଏସିଡ ମାଡ

କଳାହାଣ୍ତି ଜୟପାଟଣା ଥାନା ଖଣ୍ଡି ଡଗ୍ରୀଗୁଡା ଗାଁରେ ଅଭାବନୀୟ କାଣ୍ଡ,  ଯୁବକଙ୍କ ଏସିଡ ମାଡ଼ରେ  ଛାତ୍ରୀ  ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିସ୍ଥା ହେଉଛନ୍ତି  I ଦୁର୍ଘଟଣାରେ ଯୁବତୀ ଙ୍କ  ଶରୀର  ର ମୁଁହ ଏବଂ ହାତ ଗୁରୁତର ଭାବରେ ଜଳିଯାଇଛି I  ମିଳିଥିବା ଖବର ଅନୁଯାଇ ପର୍ଶୁରାମ ମାଝୀ ସମ୍ପୃକ୍ତ  ଛାତ୍ରୀ  ଙ୍କୁ ଏକତରଫା ପ୍ରେମ କରୁଥିଲେ  ଏବଂ ବିବାହ ର ପ୍ରଲୋଭନ ଦେଇଥିଲେ କିନ୍ତୁ  ଛାତ୍ରୀ ଜଣକ ଏହାକୁ ପ୍ରତ୍ୟାଖାନ କରିଥିଲେ I ମୁଣ୍ଡରେ ସୈତାନ ସବାର ହେଇଥିଲା ଏକତରଫା ଭଲ ପାଉଥିବା ପ୍ରେମିକ ର I ଆଜି  କଳମପୁର କୁ କମ୍ପୁଟର କ୍ଲାସ କରିବାକୁ  ଯାଉଥିବା ବେଳେ ପିଛା କରିଥିଲା  ହତାଶିଆ ପ୍ରେମିକ I  ବଙ୍କା ପଲା ଛକରେ ରାସ୍ତା ମଝିରେ କେହି ନଥିବା ବେଳେ  ଛାତ୍ରୀଙ୍କୁ ଏସିଡ ମାଡ଼ କରି  ଫେରାର ହେଇଯାଇଛି I  ତେବେ ଏନେଇ ଯୁବତୀ ଙ୍କ ପରିବାର ତରଫରୁ ଅଭିଯୋଗ ଦିଆଯିବା ପରେ  ଅଭିଯୁକ୍ତ ପର୍ଶୁରାମ ମାଝୀ ଫେରାର ହୋଇଯାଇଛି  I  

CopyRight @ ଓଡ଼ିଶାExclusive .in

Leave a Reply

Your email address will not be published. Required fields are marked *