ମୋଦିଜୀ ଙ୍କୁ ରାବଣ ରାହୁଲ  ଙ୍କୁ  ରାମ  ପୋଷ୍ଟର ରେ

କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବାପରେ ରାହୁଲ ଗାନ୍ଧି ସୋମବାର ପ୍ରଥମ ଥର ନିଜ ନିର୍ବାଚନମଣ୍ଡଳୀ ଆମେଥି ଗସ୍ତ  କଲାବେଳେ ସାମ୍ନା କୁ ଆସିଛି ବିଭିନ୍ନ ପୋଷ୍ଟର  ଯେଉଁଥିରେ କି  ରାହୁଲଙ୍କୁ ଭଗବାନ ରାମଚନ୍ଦ୍ରଭାବେ ଉପସ୍ଥାପନ କରାଯାଇଥିବାବେଳେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଭାବେ ଉପସ୍ଥାପିତ କରାଯାଇଛି ଏବଂ ମୋଦିଜୀଙ୍କର 10 ଟି ମୁଣ୍ଡ ରହିଛି ପୋଷ୍ଟର ରେ ଯାହାକୁ ନେଇ ରାଜନୀତି ରେ  ବିବାଦର ସୂତ୍ରପାତ ହୋଇଛି । ୨୦୧୯ରେ ରାହୁଲ ରାଜ ଚାଲିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।  ‘ସଂଘର୍ଷରୁ ବିଜୟ ଅଭିମୁଖେ ଯାତ୍ରା କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।ରାହୁଲଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ ସହ ରାହୁଲଙ୍କ ସ୍ୱାଗ ଲାଗି ଏଭଳି ପୋଷ୍ଟର ମରାଯାଇଥିବା ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *