ବିଜୁ ପକ୍କାଘର  ପ୍ରଲୋଭନ ଦେଖାଇ ବିଜେଡି  ଅଫିସ ଭିତରେ ଇଜ୍ଜତ ଲୁଟିନେଲେ  ମହାପାତ୍ର

ଅସହାୟ ଅଭାଗିନୀ  ସ୍ୱାମୀ ପରିତ୍ୟକ୍ତା  ଗରିବୀ ମା କୁ   ବିଜୁ ପକ୍କାଘର  ଏବଂ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କାର ଭତ୍ତା ର ପ୍ରଲୋଭନ ଦେଖାଇ ବିଜେଡି ଅଫିସକୁ   ଫୋନ  କରି ଡାକି  ଇଜ୍ଜତ  ଲୁଟିନେଲେ ସ୍ଥାନୀୟ ବିଜେଡି ନେତା  ଙ୍କ ଭାଇ  ଚନ୍ଦ୍ରକାନ୍ତ ମହାପାତ୍ର । ମହିଳା ଜଣକ ଯେତେ ନେହୁରା ହେଲେ ବି ଚନ୍ଦ୍ର କାନ୍ତ ତାଙ୍କୁ ଛାଡ଼ିନଥିଲେ , ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ I  ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଏଭଳି ଅମାନବୀୟ କାଣ୍ଡ କରିଥିବା ଚନ୍ଦ୍ରକାନ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ  । 


ସୂଚନା ଥାଉ କି ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଗତ ୧୧ ତାରିଖରେ ସ୍ବାମୀ ପରିତ୍ୟକ୍ତା ଜନୈକ ମହିଳାଙ୍କୁ ବଳାତ୍କାର ହୋଇଥିବା  ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି। ନିଜେ ପୀଡିତା ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ଭାଇ ଚନ୍ଦ୍ରକାନ୍ତ ମହାପାତ୍ର ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଛନ୍ତି। ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ଚନ୍ଦ୍ରକାନ୍ତ ମହାପାତ୍ରଙ୍କ ବିରୋଧରେ ଧାରା ୩୪୨, ୩୭୬ ଓ ୨୯୪ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଇଛି ପୋଲିସ ।

Leave a Reply

Your email address will not be published. Required fields are marked *