ଓଡିଶା ପ୍ରଶାସନ ସ୍ତରରେ ବଡ ଧରଣର ଅଦଳବଦଳ  ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲାର ଜିଲ୍ଲପାଳ

ମିଳିଥିବା ସୂଚନା ଅନୁଯାଇ  ଓଡିଶା ପ୍ରଶାସନ ସ୍ତରରେ ବଡ ଧରଣର  ଅଦଳବଦଳ ହେଇଛି , ପାଖାପାଖି ଆଠୋଟି ଜିଲ୍ଲାର ଜିଲ୍ଲାପାଳ ବଦଳି ହେଇଛନ୍ତି I 

ବିଜ୍ଞପ୍ତି ଅନୁଯାୟୀ, କୋରାପୁଟ ଜିଲ୍ଲାପାଳ ଭାବରେ କେ.ଏସ. ଚକ୍ରବର୍ତୀଙ୍କୁ ,ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି। ସେହିପରି ରମେଶ ରାଉତଙ୍କୁ ବାଲେଶ୍ୱର , ତିରୁମାଲା ନାୟକଙ୍କୁ ବଲାଙ୍ଗୀର, ଅଜିତ ମିଶ୍ରଙ୍କୁ ନବରଂଗପୁର, ଅନୁପମ ଶାହାଙ୍କୁ ଗଜପତି,   ନିଖିଳ ପୱନଙ୍କୁ ଢେଙ୍କାନାଳ ଜିଲ୍ଲା, ଆଶିଷ ଠାକୁରଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି । 
ସେହିପରି ଭୁପିନ୍ଦର ସିଂ ପୁନିଆଙ୍କୁ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ,  ଅର୍ଚ୍ଚନା ନାୟକଙ୍କୁ ଏମଡି ମେଡିକାଲ  କର୍ପୋରେସନ, ସୁଧାଂଶୁ ସାମଲଙ୍କୁ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ, ରଶ୍ମିତା ପଣ୍ଡାଙ୍କ ରାଉରକେଲା ସ୍ମାର୍ଟ ସିଟିର ଦାୟିତ୍ୱ ଦିଆଯାଇଛି I  ପ୍ରମୋଦ ଦାସଙ୍କୁ ଯୋଜନା ବିଭାଗ ସ୍ୱତନ୍ତ୍ର ସଚିବ,  ଅକ୍ଷୟ ପରିଡାଙ୍କୁ ଜଂଗଲ ପରିବେଶ ସ୍ୱତନ୍ତ୍ର ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି ।

2 Comments on “ଓଡିଶା ପ୍ରଶାସନ ସ୍ତରରେ ବଡ ଧରଣର ଅଦଳବଦଳ  ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲାର ଜିଲ୍ଲପାଳ”

Leave a Reply

Your email address will not be published. Required fields are marked *