ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ବାଙ୍କିତିରା ଗ୍ରାମର ଅଶ୍ୱିନୀ କୁମାର ଦାସ(୨୬), ଉମାକାନ୍ତ ଜେନା(୩୫) ଏବଂ କଳମା ଗ୍ରାମର ପଙ୍କଜ ବିଜୁଳି(୧୯) ଏବଂ ଜନ୍ମେଜୟ ବିଜୁଳି(୨୫)। ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଉପରକୁ ଆକ୍ରମଣ କରିବା ସହ ପୋଲିସ ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିରେ ୨ ପୋଲିସ କର୍ମଚାରୀ ହଳଦୀପଦା ଫାଣ୍ଡି ଏଏସ୍ଆଇ ରାଜେନ୍ଦ୍ର ନାୟକ ଓ ଡ୍ରାଇଭର ଦିଲୀପ କୁମାର ଜେନା ଗୁରୁତର ଆହତ ହୋଇଛନ୍ତି। ପୋଲିସର ନିଷ୍କ୍ରିୟତା ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ବାଙ୍କିତିରା ଗ୍ରାମର ପ୍ରଶାନ୍ତ ଦାସ ପ୍ରକାଶ କରିଛନ୍ତି। କଳମା ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତରୋକୋ କରିଛନ୍ତି।