ଶେଷ ହେବ ଯାତ୍ରା :-ଅନ୍ଧାରରେ ସାତ ହଜାର କଳାକାର ଙ୍କ ଭବିଷ୍ୟତ

ଅପେରା ପାଇଁ ସାରା ବିଶ୍ୱରେ ଛାପ ଛାଡିଥିବା ଓଡିଶା ରେ କିନ୍ତୁ ଆଉ ଦେଖିବାକୁ ମିଳିବନି ଯାତ୍ରା କଳାକାର ଙ୍କ  ଅଭିନୟ I ଆସନ୍ତା ୨୦୧୮ ଜୁଲାଇ ଠାରୁ  ଓଡିଶା ର ସମସ୍ତ ଯାତ୍ରା ପାର୍ଟି ଗୁଡିକୁ ବନ୍ଦ କରିଦିଆଯିବ I  ପ୍ରଚୁର କ୍ଷତି ସହିଥିବା ଯୋଗୁଁ   ୨୩ଟି ଯାତ୍ରା  ପାର୍ଟିର ମାଲିକ  ଏବଂ ସଂଘ  ମିଳିତ ଆଲୋଚନା ପରେ  ପ୍ରେସମିଟ୍ କରି ଘୋଷଣା କରିଛନ୍ତି।  ଏହି ବ୍ୟବସାୟରେ ଆୟ କମୁଥିବା ବେଳେ ଖର୍ଚ୍ଚ ବଢ଼ୁଛି   ଯାହାଦ୍ୱାରା ଏହାକୁ ଆଗକୁ ଚଲେଇବା କଷ୍ଟକର ।ଯାତ୍ରାପାର୍ଟି ବନ୍ଦ ହେବା ଫଳରେ ଯାତ୍ରା କଳକାରଙ୍କ ଉପରେ ଏହା ଘୋର ପ୍ରଭାବ ପଡ଼ିବ I  ଯାତ୍ରା ବନ୍ଦ ହେଲେ  ପାଖାପାଖି  ଛ -ସାତ  ହଜାର ଲୋକ କର୍ମସଂସ୍ଥା ହରାଇବେ । 

ଏନେଇ  ଯାତ୍ରା ଜଗତର ଆଗ ଧାଡ଼ିର କଳାକାର ମାନେ ପ୍ରତିକ୍ରିୟା ଦେଇ କହିଛନ୍ତି  ଯାତ୍ରୀ ପାର୍ଟି ବନ୍ଦ ହେଲେ କଳାକାର ଙ୍କ ଜୀବନ ଅନ୍ଧକାର ହେଇଯିବ ଏ  ନିଷ୍ପତି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଜରୁରୀ”।

Leave a Reply

Your email address will not be published. Required fields are marked *