ରାଜରାସ୍ତାରେ ଟ୍ରକ୍‌ରେ ଲାଗିଲା ନିଆଁ: ଜଳିଗଲା ୫୦ଟି ବାଇକ୍

ମିଳିଥିବା ସୂଚନା ଅନୁଯାଇ କଳାହାଣ୍ଡି ଭବାନୀପାଟଣାର ଏକ ପେଟ୍ରୋଲ ପମ୍ପରେ ବାଇକ୍ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଛି ଏବଂ ଗାଡ଼ିରେ ଥିବା  ୫୦ଟି ବାଇକ୍  ସମ୍ପୂର୍ଣ ଜଳିଯାଇଛି I 

ଖବରପାଇ ଭବନୀପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି I ଟ୍ରକ୍ ଟି  ହରିଦ୍ବାରରୁ କୋରାପୁଟ ଜୟପୁର ଯାଉଥିଲା I  ନିଆଁ ଲାଗିଥିବା ଗାଡି ନମ୍ବର RJ 52-GA 3168.I ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ନଷ୍ଟ ହେଇଥିବା  ଅନୁମାନ କରାଯାଉଛି I  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି  I । ଅଗ୍ନିକାଣ୍ଡର ପ୍ର୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *