ବର୍ବରତା :-ଘରୋଇ କଳି ପାଇଁ ସ୍ତ୍ରୀ ଏବଂ ୪ ମାସର ଶିଶୁକନ୍ୟା କୁ ଜିଅନ୍ତା ଜାଳିଦେଲା ସ୍ୱାମୀ

ଘରୋଇ କଳହର କରୁଣ ପରିଣତି । ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡାରେ ବଳି ପଡିଲା ୪ ମାସର ଶିଶୁକନ୍ୟା । ଏଭଳି ଏକ ଅଭାବନୀୟ ଓ ହୃଦୟ ବିତାରକ ଘଟଣା ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ  ଘଟିଯାଇଛି । ମିଳିଥିବା ସୂଚନା ଅନୁଯାଇ  ଚିର୍ମା ଗାଁର ଟଙ୍କଧର ଭତ୍ରା ଗୁରୁବାର ସକାଳେ ସ୍ତ୍ରୀ ନୀଳା(୨୫) ଓ ଭତ୍ରା ଓ ୫ମାସର ଶିଶୁ କନ୍ୟାଙ୍କ ଉପରେ କିରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । ନୀଳା ଶିଶୁକନ୍ୟାକୁ ଧରି ପ୍ରାଣ ବିକଳରେ ଘରୁ ବାହାରକୁ ଯିବା ପାଇଁ ଉଦ୍ୟମ କରି ଦାଣ୍ଡ ଅଗଣାରେ ହିଁ ପ୍ରାଣ ହରାଇଥିଲେ । ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। 


 ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ପାପଡାହାଣ୍ଡି ଏସ୍‌ଡିପିଓ ବିଜୟ କୁମାର ନାୟକ, କୋଡିଙ୍ଗା ଥାନା ଆଇଆଇସି ଦିଲୀପ କୁମାର ବେହେରା, ଏଏସ୍‌ଆଇ ଲଳିତ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *