ସତ୍ୟବାଦୀ ରାଜନୀତିରେ ହାଇ ଭୋଲ୍ଟେଜ ରାଜନୀତି :ଛିଡ଼ୁନି  ରାଜନୀତି ର ମାନସାଙ୍କ !!!  ଚର୍ଚ୍ଚାରେ ଭାଇନା !!

ନିକଟରେ  ନିଜ ଦଳ ଦ୍ୱାରା ଅବହେଳିତ ହେବା  ପରେ   ବିଜେଡି ଛାଡି ଶହ ଶହ କର୍ମୀ ଙ୍କ ସହିତ  ବିଜେପି ରେ ଯୋଗ ଦେଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ I  ଏନେଇ ଅତି ଆକ୍ରୋଶ ମୂଳକ  ଏବଂ ଶାଣିତ ଭାବରେ କିଛି ଦିନ ତଳେ ବର୍ତ୍ତମାନ ର ବିଧାୟକ ଉମା ସାମନ୍ତରାୟ ପ୍ରତି ଆକ୍ଷେପ କରିଥିଲେ ଯେ ମଲା ଘୋଡା ଙ୍କୁ ଦଳ ବାଜି ଲଗାଏ ନାହିଁ  , ଯେଉଁ ଘୋଡା ଯେତେ ଦୌଡିବ ଦଳ ତା ପାଇଁ ସେତିକି  ବାଜି ଲଗେଇବ I ଏନେଇ  ପୂର୍ବତନ ବିଧାୟକ  ରମା ରଞ୍ଜନ କୌଣସି ପ୍ରତିକ୍ରିୟା ଦେଇନଥିଲେ  I 

ତେବେ  ବିଜେପି ରେ ଯୋଗଦାନ ପରେ  ସତ୍ୟବାଦୀ  ରେ ଦେଖିବାକୁ ମିଳିଛି  ହାଇ ଭୋଲ୍ଟେଜ ରାଜନୀତି  ର ଚର୍ଚ୍ଚା,  ଗତ କିଛି ଦିନ ତଳେ ପଂଚାୟତ ଇଲେକ୍ସନ ବେଳେ ସତ୍ୟବାଦୀ  ବିଜେଡି ରେ  ସୃଷ୍ଟି ହେଇଥିଲା ବିଦ୍ରୋହ I  ଯାହାକି ପର ମୁହୁର୍ତରେ  ଅସନ୍ତୁଷ୍ଟ  ବିଜେଡି ଏବଂ ବିଜେଡି ଭାବରେ ରେ  ଦୁଇ ଭାଗ ହେଇଯାଇଥିଲା  I   

 ଶେଷରେ ଅସନ୍ତୁଷ୍ଟ  ବିଜେଡି ଗୋଷ୍ଠୀ ରମା ବାବୁ ଙ୍କ ସହିତ ବିଜେପି ରେ ଯୋଗ ଦେଲେ I   ରମା ବାବୁ ଙ୍କ କର୍ମୀ  ମାନେ ଭାରି ଉତଫୁଲିତ ଅଛନ୍ତି ବିଜେପି ରେ ଯୋଗ ଦାନ ପରେ  ସେପଟେ କିନ୍ତୁ ସତ୍ୟବାଦୀ ରେ ନିଜର ପରିଚୟ ସୃଷ୍ଟି କରିଥିବା ବିଜେପି ର ଓମ ପ୍ରକାଶ ବାବୁ  କୌଣସି ମତାମତ ଦେଇନାହାନ୍ତି  ଯଦିଓ ଦଳୀୟ ସଂଘଠନସହିତ ସହମତ ହେଇ ରମା ବାବୁଙ୍କୁ  ବିଜେପି ରେ  ଖୁଶି ର ସହିତ ସ୍ୱାଗତମ  କରିଥିଲେ I ଯଦି ରାଜନୈତିକ ଦୃଷ୍ଟିରୁ ତର୍ଜମା କରାଯାଏ ତେବେ ବିଜେପି ରେ ରମା ବଳିୟାରସିଂ ଙ୍କ ଯୋଗଦାନ ନିହାତି ଭାବରେ ବିଜେପି କୁ ଫାଇଦା ଦେବ I ସେପଟେ  ପୁରୀର ବହୁ  ଚର୍ଚିତ ଲୁଲୁ ସେନା ମଧ୍ୟ ବିଜେପି ରେ ଆଗରୁ ଯୋଗଦାନ ଦେଇସାରିଛନ୍ତି I  ତେବେ ଆଗାମୀ  ନିର୍ବାଚନ ପାଇଁ   ବିଜେପି ରୁ  ସତ୍ୟବାଦୀ କୁ ରମା ବଳିୟାରସିଂ ନା ଓମ ପ୍ରକାଶ,  କିଏ ପ୍ରତିନିଧିତ୍ୱ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର  !!  

  ପ୍ରସାଦ ବାବୁ ଙ୍କ ଗଡ କୁହାଯାଉଥିବା ସତ୍ୟବାଦୀ ରେ  କିନ୍ତୁ କଂଗ୍ରେସ ଅମାନତ ହରେଇଛି I  ଗତ ନିର୍ବାଚନ ସମୟରେ  ଚିତପଟାଙ୍ଗ ମାରିଥିଲା କଂଗ୍ରେସ , ପ୍ରସାଦ ବାବୁ କଂଗ୍ରେସ ରାଜ୍ୟ ସଭାପତି ହେବା ପରେ  ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ସମ୍ପୂର୍ଣ ଭାବରେ ବିଲୁପ୍ତ ହେଇଯାଇଛି କହିଲେ ଭୁଲ ହେବନି , ବୋଧହୁଏ ସତ୍ୟବାଦୀ ଖୋଜୁଥିବା  ଆଖିଦୃଶିଆ ନେତୃତ୍ୱ ର  ଅଭାବ ପାଇଁ କଂଗ୍ରେସ ଠାରୁ ସାଧାରଣ ଜନତା ମୁଁହ ଫେରେଇ ନେଇଛନ୍ତି  I

 ସେପଟେ  କିନ୍ତୁ   ସତ୍ୟବାଦୀ ର ରାଜନୈତିକ ଇତିହାସ ଯଦି ତର୍ଜମା କରାଯାଏ ତେବେ ପୂର୍ବ ନିର୍ବାଚନ ଗୁଡିକରେ  ଓଡ଼ିଶାରେ ହାୱା ବହୁଥିଲେ ବି ,ସତ୍ୟବାଦୀ ରେ ବିଜେଡି କେଭେଁବି ଜିତିପାରିନଥିଲା   ନିଜର ଗୋଷ୍ଠୀ କନ୍ଦଳ ପାଇଁ , ସ୍ୱାଧୀନ ଭାବରେ  ରମା ବାବୁ  ଜିତିବା ପରେ ବିଜେଡି ରେ ଯୋଗଦାନ କରିଥିଲେ  ଏବଂ ପରେ  ବିଜେଡି ରୁ  ବିଧାୟକ ପଦରୁ ହାରିଥିଲେ ବୋଧହୁଏ ଗୋଷ୍ଠୀ କନ୍ଦଳ ପାଇଁ I  ଏବଂ ପର  ନିର୍ବାଚନ ରେ ଏବେର ବିଧାୟକ ଉମା ବାବୁ ସ୍ୱାଧୀନ ଭାବରେ ଲଢ଼ି  ଜିତିବା ପରେ ବିଜେଡି ରେ ମିଶିଥିଲେ I 
ଶୁଣାଯାଉଛି  ସତ୍ୟବାଦୀ ସାଧାରଣ ଜନତା  ଙ୍କ ପାଇଁ ଏଥର ମଇଦାନକୁ  ଆସିପାରନ୍ତି  ଜଣେ ନୂଆ ଚର୍ଚିତ  ଚେହେରା !! ମନ୍ଦିର  ଛକ ହେଉ କିମ୍ବା ମେଡିକାଲ ଛକ, ପାନ ଦୋକାନୀ  ସବୁଠି ଗୋଟିଏ ଚର୍ଚ୍ଚା ଚାଲିଛି , ଏଥର ଭାଇନା ଆସିବେ  ସତ୍ୟବାଦୀ କୁ !! ବହୁତ ବାହାରୁ ଆସି ରାଜନୀତି କଲେଣି, ହେଲେ ତଥାପି ଅବହେଳିତ ସାକ୍ଷୀଗୋପାଳ , ଗୁମୁରି କାନ୍ଦୁଚି ବକୁଳ ବନ ,ଅସହାୟ ପଞ୍ଚସଖା  , ଦିନ ଦି ପହରେ ଗୋପବନ୍ଧୁ ଙ୍କ ମୂର୍ତି କୁ ଲୁଟିନେଲେ ,ଆଉ ଗୋପୀନାଥ ଜୀଉ ଙ୍କ ଅବସ୍ଥା ନକହିଲେ ଭଲ ,(କିଛି ଦିନ ତଳେ ସବୁ ମିଡିଆରେ ଚର୍ଚ୍ଚା ଚାଲିଥିଲା  ମନ୍ଦିର ସମ୍ପୂର୍ଣ ଭାବରେ ଅସୁରକ୍ଷିତ, ସୁରକ୍ଷା କଥା ଦୂରେ ଥାଉ ମନ୍ଦିର ପାଖରେ ଥିବା ବିଦ୍ୟାଳୟ  ପାଚେରୀ  ସାଜିଛି ଟଇଲେଟ , ବାହାରୁ ଆସୁଥିବା ଭକ୍ତ ମାନେ ପରିସ୍ରା ଯିବା ପାଇଁ ଭାରି ହଇରାଣ ହେଇ ନାକରେ ହାତ ଦେଉଥିବା ଭଳି କଦର୍ଯ୍ୟ ଘଟଣା ଆପଣ ନିଜ ସ୍ଵ ଚକ୍ଷୁ ରେ ଦେଖିପାରିବେ: ଏହା ଆମ ଓଡିଶା Exclusive ସମ୍ପାଦକ  ଙ୍କର ନିଜସ୍ୱ ଲବ୍ଧ ଅନୁଭୂତି ) I 

   ଏଥର ସତ୍ୟବାଦୀ ମାଟିର ପୁଅ ଲଢ଼ିବ ସତ୍ୟବାଦୀ ପାଇଁ !! ତେବେ ଆମେ  ଆମର ଗୁଇନ୍ଦା ସଂଦେହୀ   କାନ  କୁ ଯେତେ ଡ଼େରିଲେ ବି  ବି ଉତ୍ତର ମିଳିଲାନି କିଏ ସେ ଭାଇନା ଜଣକ !!  କେଉଁ ଭାଇନା ଙ୍କ ପାଇଁ ସତ୍ୟବାଦୀ ରେ ଏତେ ଚର୍ଚ୍ଚା !! ବିଶ୍ୱସ୍ତ ଖବରରୁ ମିଳିଥିବା ସୂଚନା ଅନୁଯାଇ ପୁରୀ  ଜିଲ୍ଲା ବିଜେଡି, ମନ୍ତ୍ରୀ ଙ୍କ ଠୁ  ପାଣ୍ଡିଆନ ପର୍ଯ୍ୟନ୍ତ  ଏ ଭାଇନା ଙ୍କ ବହୁତ ପତିଆରା ଅଛି I  ଛାଡ଼ନ୍ତୁ ସେକଥା ଅଧିକ ଆଲୋଚନା ନକରି କେବଳ ଦେଖିବାକୁ ବାକି ରହିଲା  ଆଗାମୀ ନିର୍ବାଚନ ରେ ସତ୍ୟବାଦୀ  କାହାକୁ ସୁନା କଳସ ପିନ୍ଧଉଛି !! 
 ( ଓଡିଶା Exclusive :-Ground Zero  ରିପୋର୍ଟ ) 

 ଆପଣଙ୍କ ଅଂଚଳ ଟିକି ନିକି ଖବର ପାଇଁ  ଯୋଡି ହୁଅନ୍ତୁ ଆମ  ଫେସବୁକ  ରେ ଏବଂ ୱେବ ନ୍ୟୁଜ  ଚାନେଲ ଓଡିଶା Exclusive ସହିତ. 

[email protected] 

Leave a Reply

Your email address will not be published. Required fields are marked *