ସ୍ୱର୍ଗଦ୍ୱାରରୁ ଶବ ସତ୍କାର ସାରି ଫେରିଲାବେଳେ ପାଞ୍ଚ ଜଣଙ୍କୁ ନେଇଗଲା ଯମ I  ଦଇବ ସାଜିଲା ଦାଉ

ସ୍ୱର୍ଗଦ୍ୱାରରେ ଜଣେ  ସମ୍ପର୍କୀୟ ମହିଳା ଙ୍କର  ଶବ  ସତ୍କାର ସାରି  କଣାସର ଅଣ୍ଡାଳ ସିଂ ଗାଁ ର   ୮ଜଣ  ଅଟୋରେ  ଘରକୁ ଫେରିବା ବେଳେ ନିୟତି ର ବିଚାର ଥିଲା କିଛି ଅଲଗା  , ଅଧା ବାଟରେ ଦାଉ ସାଧିଲା ଦଇବ I ପୁରୀ ନୂଆଜଗନ୍ନାଥ ସଡ଼କ ଆଲିସ ଛକରେ ପଥର ବୋଝେଇ ଟ୍ରକ୍-ଅଟୋ କୁ ପିଟି କିଛି ବାଟ ଘୋଷାରୀ  ନେବା ଫଳରେ ଘଟଣା ସ୍ଥଳରେ  5  ଜଣ ଙ୍କର ମୃତ୍ୟୁ ହେଇଯାଇଛି I  ସମସ୍ତ ମୃତକ କଣାସ ବ୍ଲକ ଅଣ୍ଡାରସିଂହ ଗାଁର I ଘଟଣା ସ୍ଥଳରେ  ଉମାକାନ୍ତ ବଳିଆର ସିଂ  (55) ଏବଂ କୁମାର ବିଶ୍ୱାଳଙ୍କ (୬୨)   ଙ୍କର ପ୍ରାଣବାୟୁ ଉଡିଯାଇଥିଲା ପରେ ସୁନୀଲ ସାମନ୍ତରାୟ(୫୦), ଅଟୋ ଚାଳକ ତପନ ବିଶ୍ୱାଳ(୨୪) ଓ ବିଦ୍ୟାଧର ବରାଳଙ୍କ ଜୀବନ  ଚାଲିଯାଇଛି । ଗୁରୁତର ଆହତ   ସର୍ବେଶ୍ୱର ମହାପାତ୍ର, ମାଗୁଣି ନାୟକ, ସାଗର ପ୍ରଧାନ ଙ୍କୁ  କଟକ ହସ୍ପିଟାଲ  ପଠାଯାଇଛି  ।


ଆଖ ପାଖ ଅଂଚଳର ଶତାଧିକ ଲୋକ  ଜଗନ୍ନାଥ ସଡ଼କକୁ ଟାୟାର ଜାଳି  ଅବରୋଧ କରିଛନ୍ତି I ସତ୍ୟବାଦୀ IIC  କୃଷ୍ଣ ଚନ୍ଦ୍ର ସେଠି  ଙ୍କ ସହିତ ଅନାନ୍ୟ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା  ଜାରି ରଖିଛନ୍ତି I

Leave a Reply

Your email address will not be published. Required fields are marked *