ସରସ୍ଵତୀ ମା ଙ୍କୁ ଏହିପରି ଭାବରେ ଆରାଧନା କରନ୍ତୁ:- ମା ସରସ୍ୱତୀ ଅତ୍ୟନ୍ତ ପ୍ରସନ୍ନ  ହେବେ

ମା’ସରସ୍ୱତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ। ସରସ୍ୱତୀଙ୍କ ପାଖରୁ ସମସ୍ତ ବେଦ ସୃଷ୍ଟି। ସରସ୍ୱତୀ ଶବ୍ଦର ଅର୍ଥ – ସରସ୍‌ + ବତୀ, ସରସ ମାନେ ଜଳ, ତେଣୁ ମା’ସରସ୍ୱତୀ ହେଲେ ଜଳବତୀ। ଧାତୁଗତ ଅର୍ଥ ପ୍ରୟୋଗ କରି ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର କହିଲେ – ସରସ୍‌ ଶବ୍ଦର ଧାତୁ ହେଉଛି ସୃ ଧାତୁ – ଅର୍ଥ ଗତି ବା ଚାଲିବା। ସରସ୍ୱତୀ ଅର୍ଥ ଗତିବତୀ, ଗତିର ପ୍ରତୀକ। ସୃ ଧାତୁର ଅନ୍ୟ ଏକ ଅର୍ଥ ହେଉଛି ବିକଶିତ ହେବା। ତେଣୁ ସରସ୍ୱତୀ ଶବ୍ଦରେ ବିକାଶର ବ୍ୟାକୁଳତା ରହିଛି। ମା’ସରସ୍ୱତୀଙ୍କର ଅନ୍ୟ ଏକ ନାମ ବାଗ୍‌ଦେବୀ। ବାକ୍‌ମାନେ ଶବ୍ଦ। ତେଣୁ ମା’ସରସ୍ୱତୀ ଶବ୍ଦର ଦେବୀ। ସରସ୍ୱତୀ ପ୍ରତିମା ମଧ୍ୟରେ ସୃଜନ ପ୍ରଗତିକୁ ଲକ୍ଷ୍ୟ କରାଯାଏ। ସୃଷ୍ଟିର ଆଦିରେ ଅଛି ଗତି। ଅନନ୍ତ ବକ୍ଷରେ ଆକର୍ଷଣ-ବିକର୍ଷଣ ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର – ଗତି ଓ ସ୍ପନ୍ଦନ ବା ଶବ୍ଦ। ଅନନ୍ତ ବ୍ୟୋମରେ ଏହି ଶବ୍ଦ ନାନା ରୂପେ ପ୍ରତିଭାତ। ତେଣୁ ଶ୍ରୀମଦ୍‌ ଭାଗବତରେ ଅଛି – ଆଦିରେ ପରମବ୍ରହ୍ମ ଶବ୍ଦରୂପୀ। ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହେବ। ମା’ସରସ୍ୱତୀ ପୂଜା ସେହି ଶବ୍ଦ ଉପାସନାର ବ୍ୟାପାର।

ମା ସରସ୍ଵତୀ  ହେଉଛନ୍ତି   ଜ୍ଞାନ  ଏବଂ  ବିଦ୍ୟା ର ଦେବୀ I  ଯାହା ତୁଣ୍ଡରେ ମା ସରସ୍ଵତୀ  ବିଜେ  କରିଥାନ୍ତି ତା ଉପରେ ସମସ୍ତଙ୍କ ଶୁଭ ନଜର ରହିଥାଏ I   ମା ସରସ୍ଵତୀ  ଙ୍କ  ଆଶୀର୍ବାଦ ରୁ ମହାମୂର୍ଖ କାଳିଦାସ ଦିନେ ମହା ପଣ୍ଡିତ ରେ ପରିଣତ ହେଇଥିଲେ I  ସ୍ତ୍ରୀ ର ଅପମାନ ସହିନପାରି ମହାମୁର୍ଖ କାଳିଦାସ ଆତ୍ମହତ୍ୟା  କରିବା  ପାଇଁ ମା ସରସ୍ୱତୀ  ଙ୍କୁ   ଧ୍ୟାନ କଲାବେଳେ ମା ସରସ୍ୱତୀ  କାଳିଦାସ ଙ୍କ ଉପରେ ପ୍ରସନ୍ନ ହେଇ ମହାନ ବିଦ୍ୱାନ ରେ ପରିଣତ କରିଥିଲେ I  ପ୍ରଥମେ  କାଳିଦାସ ମା ସରସ୍ୱତୀ  ଙ୍କୁ  ଏହି ପରି ବନ୍ଦନା କରିଥିଲେ :- ଯଥା :-କଜ୍ଵଳ ପୂରିତ ଲୋଚନଧାରେ,ସ୍ତନଯୁଗ ଶୋଭିତ ମୁକୁତାହାରେ। ବୀଣାପୁସ୍ତକ ରଞ୍ଜିତ ହସ୍ତେ,ଭଗବତୀ ଭାରତୀଦେବୀ ନମସ୍ତେ ।। ଅଇଲେ ସରସ୍ଵତୀ ନିର୍ମଳମନେ, ରତ୍ନବିଭୂଷିତ କୁଣ୍ଡଳ କର୍ଣ୍ଣେ। , ଗଳାରେ ଗଜମୋତି ମୁକୁତାହାର, ଦିଅ ମା’ ସରସ୍ଵତୀ ବିଦ୍ୟା ଭଣ୍ଡାର।।

ମା ସରସ୍ୱତୀ ଙ୍କର  ବାରଟି ନାମକୁ ଆଜିର ପବିତ୍ର ପୂଜା ରେ  ଆରାଧନା  କରନ୍ତୁ ମା ସରସ୍ୱତୀ ଅତ୍ୟନ୍ତ ପ୍ରସନ୍ନ ହେବେ  ଏବଂ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଭରିଦେବେ I ୧-ସରସ୍ଵତୀ  ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ  ୫- ଜଗତୀ ୬- ବରଦାୟିନି   ୭- ବୁଦ୍ଧିଦାତ୍ରି  ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ   ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ   ୧୨-  କୁମୁଦି
ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ପାଇବା ପାଇଁ ମା ସରସ୍ଵତୀ  ଙ୍କୁ  ଆଜିର  ପବିତ୍ର ପୂଜା ଠାରୁ  ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ   ନିମ୍ନୋକ୍ତ ମନ୍ତ୍ରକୁ ଭକ୍ତି ସହିତ  ଜପ କରନ୍ତୁ  Iମା ସରସ୍ୱତୀ  ଙ୍କ  ଆଶୀର୍ବାଦ ରୁ ସମସ୍ତ ପ୍ରକାରର ସମସ୍ୟା ଦୂରହୋଇ ସୁଖଶାନ୍ତି ପ୍ରାପ୍ତିହେବ।

Leave a Reply

Your email address will not be published. Required fields are marked *