ନେତାଜୀ ସୁଭାଷ ଚନ୍ଦ୍ର ବୋଷ  ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

​ନେତାଜୀ ସୁଭାଷ ଚନ୍ଦ୍ର ବୋଷ :

ଭାରତର ସ୍ୱାଧୀନତା ପାଇଁ ବିଦେଶୀ ଶାସନ ବିରୋଧରେ ଆଜୀବନ ସଂଗ୍ରାମ କରି ନିଜକୁ ସମ୍ପୂର୍ଣ୍ଣ ବଳି ଦେଇଥିବା    ସୁଯୋଗ୍ୟ ସନ୍ତାନ ସୁବାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ  ଓଡ଼ିଶା ମାଟିର କଟକ ଓଡ଼ିଆ ବଜାରଠାରେ  ଜନ୍ମ ନେଇଥିଲେ । ସଶସ୍ତ୍ର ସଂଗ୍ରାମ ଜରିଆରେ ଭାରତ ମା’କୁ ଫିରିଙ୍ଗିମାନଙ୍କ କବଳରୁ ମୁକ୍ତ କରିବା ପାଇଁ “ଆଜାଦ୍‌ ହିନ୍ଦ୍‌ ଫୌଜ୍‌‘  ନାମକ  ଯୁବ ସଂଘଠନ ଶକ୍ତି ରେ  ଗୋରାସାହେବମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲେ ଆମ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ I  ନେତାଜୀଙ୍କ ଆହ୍ୱାନରେ  ସାରା ଭାରତ ର ଯୁବସମାଜରେ ଏକ ନୂତନ ଶିହରଣ ସୃଷ୍ଟି ହୋଇଥିଲା।   ଭାରତ ମାତା ର ସ୍ୱାଧୀନତା ପାଇଁ  ନେତାଜୀ ଙ୍କର ଜୀବନ ଉତ୍ସର୍ଗ ଏ ଓଡ଼ିଆ ମାଟି ପାଇଁ ଗର୍ବ  ଏବଂ ଗୌରବ I ତେବେ ଆଜିବି ନେତାଜୀ ଙ୍କର ଶେଷ ଜୀବନୀ  ରହସ୍ୟ ହେଇ ରହିଯାଇଛି   ସାରା ଭାରତ ବାସୀଙ୍କ ପାଇଁ I 

ବୀର ସୁରେନ୍ଦ୍ର ସାଏ

ଜାନୁଆରୀ ୨୩, ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ସମ୍ବଲପୁରଠାରୁ ୪୦କି.ମି. ଦୂରବର୍ତ୍ତୀ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ I 

ବ୍ରିଟିଶ୍‌ ଶାସନକୁ ଲୋପ କରି ସମ୍ବଲପୁରର ପାରମ୍ପରିକ ଶାସକଙ୍କୁ କ୍ଷମତାସୀନ କରାଇବା ନିମନ୍ତେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ  ପ୍ରମୁଖ ଥିଲା। । ବ୍ରିଟିଶ୍‌ ସରକାରଙ୍କ  ବିରୁଦ୍ଧରେ ସୁରେନ୍ଦ୍ର ସାଏ ଏପରି  ଜନ ବିରୋଧ ଜାଗରଣ କରାଇଲେ ଯେ ବାଧ୍ୟ ହୋଇ  ଜାନୁଆରୀ ୨୩, ୧୮୬୪ରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇଥିଲା। ପଶ୍ଚିମ ଓଡିଶା ରୁ ବ୍ରିଟିଶ ସରକାର ଙ୍କ ପତନ ପାଇଁ ଏ ମାଟି ସୁରେନ୍ଦ୍ର ସାଏଙ୍କ ଙ୍କୁ ସବୁଦିନେ ମନେ ରଖିବ I  ୧୮୮୪ମସିହାରେ ସମ୍ବଲପୁରର ଏହି ମହାନ୍‌ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ ସୁରେନ୍ଦ୍ର ସାଏ ୭୫ ବର୍ଷ ବୟସରେ କାରାଗାର ମଧ୍ୟରେ ଇହଲୀଳା ସମ୍ବରଣ କରିଥିଲେ।

 ଭାରତ ମାତା ର ସ୍ୱାଧୀନତା ପାଇଁ ଆପଣଙ୍କର ଜୀବନ ଉତ୍ସର୍ଗ ଏ ଓଡ଼ିଆ ମାଟି ପାଇଁ ଗର୍ବ  ଏବଂ ଗୌରବ  I

Leave a Reply

Your email address will not be published. Required fields are marked *