ଗୋଟିଏ ପଟେ  ଆଦର୍ଶ ମୁଖ୍ୟମନ୍ତ୍ରୀ  ପୁରସ୍କାର ଅନ୍ୟ ପଟେ ନ୍ୟାୟ ପାଇଁ ଆତ୍ମହତ୍ୟା

ଗୋଟିଏ ପଟେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ  ନବୀନ ପଟ୍ଟନାୟକ  ପୁରସ୍କାର ପାଇଥିବା ବେଳେ ଅନ୍ୟ ପଟେ   କୁନ୍ଦୁଲି ଗଣବଳାତ୍କାର ଶିକାର ହେଇ ଦୀର୍ଘ  ୧୦୦ ଦିନ ପରେ ନ୍ୟାୟ ନପାଇବାରୁ  ଆଜି ଆତ୍ମହତ୍ୟା କରିଛନ୍ତି  ପୀଡିତା I ୟେ କଣ ଆମ ନ୍ୟାୟ ବ୍ୟବସ୍ତା ? ଚାରିମାସ ତଳେ ଯବାନ ମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ ହେଲା ପରେ ମଧ୍ୟ  ସାହସ ନହରାଇ ନ୍ୟାୟ  ପାଇଁ ଲଢେଇ ଜାରି ରଖିଥିଲେ ପୀଡିତା ଜଣକ I  ବାରମ୍ବାର ତାଙ୍କୁ ବାଧ୍ୟ କରାଯାଉଥିଲା କେସ ଉଠାଇ ନେବାକୁ , ମାନସିକ ଚାପ ମଧ୍ୟ ପଡୁଥିଲା ତାଙ୍କ ଉପରେ ଏନେଇ ପୀଡିତା ଜଣକ ଅଭିଯୋଗ ମଧ୍ୟ କରିଥିଲେ ବହୁବାର I ଘଟଣାର କ୍ରାଇମବ୍ରାଞ୍ଚର ୫ଜଣିଆ ଏକ ଟିମ୍‌  ଦ୍ୱାରା  ତଦନ୍ତ  ଚାଲିଥିଲା ହେଲେ ନ୍ୟାୟ ପାଇନଥିଲେ ପୀଡିତା I ଖାଲି କୁନ୍ଦୁଲି ପୀଡିତା ନୁହେଁ ବହୁ ଚର୍ଚିତ ଇତିଶ୍ରୀ ମଧ୍ୟ ପାଇନଥିଲେ ନ୍ୟାୟ  I     ଶେଷରେ ବାଧ୍ୟ ହେଇ  ନ୍ୟାୟ ବ୍ୟବସ୍ତା ଉପରୁ ବିଶ୍ୱାସ ହରେଇବସିଲେ ପୀଡିତା ଜଣକ ଏବଂ ବାଛିନେଲେ ଆତ୍ମହତ୍ୟା ର ପଥ I  ହେଲେ  ଓଡିଶା ବାସି ଙ୍କ ପାଇଁ ଛାଡ଼ିଗଲେ ଅସୁମାରୀ ପ୍ରଶ୍ନ.. ଏ ଆତ୍ମ ହତ୍ୟା ପାଇଁ ଦାୟୀ କିଏ ? ସତରେ କଣ ଆମ ନ୍ୟାୟ ବ୍ୟବସ୍ଥାରେ କେବଳ ପୀଡିତା ମାନେ ହିଁ ହାରି ଯାନ୍ତି ?

Leave a Reply

Your email address will not be published. Required fields are marked *