ବିଜେଡ଼ି ପ୍ରାଥମିକ ସଦସ୍ୟ ପଦ ରୁ ବୈଜୟନ୍ତ ପଣ୍ଡା ନିଲମ୍ବିତ

ବିଜେଡ଼ି ପ୍ରାଥମିକ ସଦସ୍ୟ ପଦ ରୁ ବୈଜୟନ୍ତ ପଣ୍ଡା ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ରେ ଲିପ୍ତ ହେବାର ଅଭିଯୋଗ ରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଙ୍କୁ ଦଳ ର ପ୍ରାଥମିକ ସଦସ୍ୟ ପଦ ରୁ ନିଲମ୍ବିତ କରା ଯାଇଛି ବୋଲି ବିଜେଡ଼ି ଉପ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
ଦଳ ର ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାର୍ଯ୍ୟ କରା ଯାଇଛି।
ବୈଜୟନ୍ତ ପଣ୍ଡା ନିଜ ଦଳ କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନଥିଲେ ବୋଲି ବିଗ୍ୟପ୍ତି ରେ କୁହା ଯାଇଛି।
ଏମିତିକି ଗତ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ବୈଜୟନ୍ତ ବିରୋଧୀ ଦଳ ପାର୍ଥି ଙ୍କୁ ସହାୟତା କରିଥିଲେ। ଏହି ଅଭିଯୋଗ ପରେ କେନ୍ଦରାପଡ଼ା ରୁ ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀ ଙ୍କୁ ଅଭିଯୋଗ ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହା ଯାଇଥିଲା।
ଏହି ରିପୋର୍ଟ ପାଇବା ପରେ ଦଳ ର ସଭାପତି ଏହି ନିଷ୍ପତି ନେଇଛନ୍ତି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *