ବିଜେଡି ରେ ହେଇପାରେ ବିସ୍ପୋରଣ :ଦଳରେ ବୈଜୟନ୍ତ ଙ୍କ ନିଲମ୍ବନ କୁ ନେଇ ବଢୁଛି ଅସନ୍ତୋଷ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି I ଗତ ସପ୍ତାହେ ଧରି କେନ୍ଦ୍ରାପଡା ଏମ୍‌ପି ଏବଂ ତାଙ୍କ ସଂସଦୀୟ କ୍ଷେତ୍ରର ନେତାମାନଙ୍କ ସହ ଥିବା ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସାମାନ୍ୟ ପାଣିଟାଙ୍କି ଉଦ୍‌ଘାଟନ ଆଳରେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମାଲୋଚନା କରିଥିଲେ। ସମସ୍ତ କଥାକୁ ବୁଲେଇ ବଙ୍କେଇ ତୃତୀୟ ମହଲା ଆଡକୁ ଟାଣୁଥିଲେ। ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ଉଷାଦେବୀ ଏବଂ ପ୍ରମିଳା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପର୍ଯ୍ୟବେକ୍ଷକ  ଙ୍କ ରିପୋର୍ଟ ଆଳରେ ଶେଷରେ ବୈଜୟନ୍ତ ଙ୍କୁ ନିଲମ୍ବନ କରିଛନ୍ତି I 

ଗୋଟିଏ ପଟେ କୁନ୍ଦୁଲି  ପୀଡିତା ଙ୍କୁ ନ୍ୟାୟ ପାଇଁ ଓଡିଶା ଜଳୁଥିବା ବେଳେ ଅନ୍ୟପଟେ ଏହି ନିଆଁ କୁ ଲିଭେଇବା ପାଇଁ ସରକାର ଖେଳିଛନ୍ତି ବୈଜୟନ୍ତ ନିଲମ୍ବନ ଗୋଟି I ଅବଶ୍ୟ  ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ସରକାର ଗୋଟିଏ ମାମଲାକୁ ଚପାଇକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। କୁନ୍ଦୁଲି  ଗଣ ବଳାତ୍କାର ମାମଲାରେ  ବିରୋଧୀ ଏପରି ଭାବରେ ସରକାର ଙ୍କୁ ଘେରିଗଲେ ଯେ ଦଳ ଆଜି ଜନ ଆକ୍ରୋଶର ଶୀକାର  ହେଲା ବୋଧହୁଏ ଏହି ଜନ ଆକ୍ରୋଶ ର ଦୃଷ୍ଟିକୁ  ହଟେଇଇବାକୁ  ଏପରି ନିଷ୍ପତି ନିଆଯାଇଛି ବୋଲି  ରାଜନୈତିକ ଚର୍ଚା ହେଉଛି ।  କାହିଁକିନା ବୈଜୟନ୍ତ ଙ୍କ ନିଲମ୍ବନ କୁ ଯଦି ତର୍ଜମା  କରାଯାଏ  ତେବେ  ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରିବା ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇ ନାହିଁ। ନିୟମ ମୁତାବକ ଜଣକୁ ଦଳରୁ ନିଲମ୍ବନ କରିବା ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାଏ। । 

ଦଳ ବିରୋଧୀ କାର୍ଯ୍ୟ କାରଣରୁ ତାଙ୍କ ବିରୋଧରେ  ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ବୈଜୟନ୍ତ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏପରି ଖବର ପାଇବା ପରେ ମୁଁ  ବେଶ୍ ମର୍ମାହତ। ଏଥିସହ ଏପରି ଏକ ନିଷ୍ପତ୍ତି ନେଇ ଦୁଃଖିତ ମଧ୍ୟ। କାରଣ ଜଣେ ଆଇଏଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। ବର୍ତ୍ତମାନ ତାଙ୍କ ପରୋକ୍ଷ ଇଙ୍ଗିତରେ ହିଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ଏଥିରେ ଥିବା ଷଡ଼ଯନ୍ତ୍ରକୁ ଜାଣିପାରିନାହାନ୍ତି। ମୋ ବିରୋଧରେ ଯାହା ବି ଅଭିଯୋଗ ଉପସ୍ଥାପନ କରଯାଇଛି ତାହାକୁ ମୁଁ ଅସ୍ବୀକାର କରିଛି। ସେସବୁ ମିଥ୍ୟା ଓ ଭିତ୍ତିହୀନ। ତେବେ ମୋର ପରବର୍ତ୍ତୀ ନିଷ୍ପତ୍ତି ନେଇ ଜଗନ୍ନାଥ ମୋର  ମାର୍ଗ ଦର୍ଶନ କରନ୍ତୁ ବୋଲି ବୈଜୟନ୍ତ ଟ୍ବିଟର୍‌ ଜରିଆରେ ଉଲ୍ଲେଖ କରିଛନ୍ତି ।

 ଏନେଇ ବିଜେପି ନାରୀ ନେତ୍ରୀ ଫେସବୁକ ଜରିଆରେ କହିଛନ୍ତି କେନ୍ଦ୍ରାପଡ଼ା ସାଂସଦଙ୍କୁ ନିଲମ୍ବିତ କରି ନବୀନ ବାବୁ ପୁଣି ଥରେ ତାଙ୍କର ଅସହିଷ୍ଣୁତା ଏବଂ ପ୍ରତିଶୋଧ ପରାୟଣତା ପ୍ରମାଣିତ କଲେ ..ବିଜୁ ଜନତା ଦଳ ଭିତରେ ଭିନ୍ନ ମତ ରଖୁଥିବା ନେତାଙ୍କ ସ୍ଥାନ ନାହିଁ । ଗଣତନ୍ତ୍ର ନୁହେଁ , ବଂଶବାଦ ଓ ଅମଲାତନ୍ତ୍ର ଦ୍ୱାରା ଚାଲିଛି ତାଙ୍କ ଦଳ । ଅନ୍ୟପଟେ ଦାମ ଖୋଲିଛନ୍ତି ତାଙ୍କ ତୁଣ୍ଡ   ଦଳ ର ସଭାପତି ହିସାବରେ ନବୀନ ବାବୁ ଙ୍କ ନିଷ୍ପତି ଆମେ ଗ୍ରହଣ କରିବାକୁ ବାଧ୍ୟ ତେବେ ପ୍ରତ୍ୟକ୍ଷ  ରେ ନହେଲେ ବି ପରୋକ୍ଷ ଭାବରେ କହିଛନ୍ତି ଇଂରେଜ ମାନେ ଆସିଲା ବେଳେ ପ୍ରଥମେ ବିରୋଧ ହେଇନଥିଲା , ବାରୂଦ ଏକାଠି ହେଇନି ଏକାଠି ହେବାକୁ ସମୟ ଲାଗିବ I ଏକାଠି ହେଲେ ବିସ୍ପୋରଣ ଘଟିବ I  

ସେପଟେ ବୈଜୟନ୍ତ ଙ୍କ ନିଲମ୍ବନ କୁ ନେଇ କେନ୍ଦ୍ରାପଡା ରେ କୁହୁଳୁଛି ଅସନ୍ତୋଷ ର  ନିଆଁ ଯେ କୌଣସି ମୁହୁର୍ତରେ ଏହା ବିସ୍ପୋରଣ ଘଟିପାରେ ବୋଲି ଚର୍ଚ୍ଚା I  ତେବେ ଦେଖିବା ର ଅଛି ବୈଜୟନ୍ତ ଙ୍କ ନିଲମ୍ବନ ଦଳ କୁ ଲାଭଦାୟକ ହେଉଛି ନା ଘାତକ ସାଜୁଛି I

Leave a Reply

Your email address will not be published. Required fields are marked *