ସେଦିନ ବହୁତ ଖିସିରେ ଫେରୁଥିଲି ହଠାତ ଯେମିତି ମୋ ଜୀବନରେ ସୁନାମି ପରି ବହି ଆସିଲା ଅଶାନ୍ତ ଝଡ କ୍ଷଣିକ ଭିତରେ ସବୁ ଓଲଟ ପାଲଟ ହେଇଗଲା । ଆଉ ମୁଁ ସାଜିଗଲି ନବମ ଶ୍ରେଣୀର ନାବାଳିକା ଛାତ୍ରୀ ରୁ କୁନ୍ଦୁଲି ପୀଡିତା ଧର୍ଷିତା I ତଥାପି ମୁଁ ହାରିଯାଇନଥିଲି , ଏଥିରେ ମୋର ବା କଣ ଦୋଷ ଥିଲା ? ଦୋଷ ତ ସେଇ ଯବାନ ମାନଙ୍କର ଥିଲା ଯେଉଁଥିପାଇଁ ମୁଁ ଲଢିଥିଲି ସେମାନଙ୍କ ବିରୁଧରେ I ଆଉ ମୋ ଲଢେଇ ସହିତ ସାମିଲ ହେଇଥିଲେ ସବୁ ବିରୋଧୀ ରାଜନୈତିକ ଦଳ I ବହୁ ତୁମ୍ବିତୁଫାନ ବି କଲେ ସରକାର ଙ୍କ ପକ୍ଷରୁ ମତେ ନ୍ୟାୟ ଦେବା ପାଇଁ ଘଟଣାର ତଦନ୍ତ ବି କରାଗଲା I ଟିକେ ଟିକେ ବିଶ୍ୱାସ ଲାଗୁଥିଲା ନ୍ୟାୟ ପାଇବି ବୋଧେ । ହେଲେ ନାଁ ନଭେମ୍ବର ୭ରେ ମାନନୀୟ ଏଚଆରପିସି ଏଡ଼ିଜି କହିଲେ ମୋ ସହିତ ସେମିତି କିଛି ଦୁର୍ଷମ ଘଟିନି ଯବାନ ମାନଙ୍କ ସମ୍ପୃକ୍ତି କଥା ଦୂରେ ଥାଉ । ଦୋହଲିଗଲା ମୋ କୋମଳ ମନ , ୟେ କେମିତିକା ନ୍ୟାୟ ?
ଆଦିବାସୀ ଝିଅଟେ ବୋଲି କଣ ମୋ ଇଜ୍ଜତ ର କିଛି ମୂଲ୍ୟ ନାହିଁ ? ଚାରି ଚାରି ଜଣ ରାକ୍ଷସ ଝୁଣି ଝୁଣି ମୋ ଶରୀର କୁ ଯେତିକି କଷ୍ଟ ଦେଇନଥିଲେ ବେଶୀ କଷ୍ଟ ଦେଲା ମାନନୀୟ ଏଚଆରପିସି ଏଡ଼ିଜି ମହୋଦୟ ଙ୍କ ମନ୍ତବ୍ୟ I ସାଙ୍ଗ ସାଥି ଠାରୁ ଆରମ୍ଭ କରି ସମସ୍ତେ ପଚାରିଥିଲେ ଆଲୋ ତୋର କଣ ହୋଇଛି ? । ସତରେ କଣ ତୋ ସହ ଦୁର୍ଷମ ହୋଇଛି ? । ସେ ବିଏସଏଫ ଏବଂ ସିଆଏସଏଫ ମାନେ କଣ ତୋ ଇଜ୍ଜତ ସହ ଖେଳିଛନ୍ତି ? । ଶେଷରେ ମୋ ଉପରେ ମିଛେଇ , ପାଗଳିନୀ ଆଉ ମାନସିକ ବିକୃତ ର ଛାପ ଲଗେଇଦିଆଗଲା I ଏହାକୁ ନେଇ ରାଜନୀତି ବି ଜୋରଦାର ହେଲା । କୋରାପୁଟ ଜିଲ୍ଲା ଜଜଙ୍କ ନେତୃତ୍ୱରେ ତଦନ୍ତ ଚାଲିଲା । ହେଲେ ନ୍ୟାୟ ଉପରୁ ମୋ ଭରଷା ତୁଟିଗଲା । ବାଧ୍ୟ ହେଇ ଆଇରନ ବଟିକା ଖାଇ ଜୀବନ ହରିବାକୁ ଚେଷ୍ଟା କଲି ହେଲେ ପୋଡା କପାଳ ବଂଚେଇଦେଲା । ଆଉ ମୋ ଘରକୁ ଦଳ ଦଳ ନାରୀନେତ୍ରୀ ଓ ସମାଜସେବୀମାନଙ୍କ ଛୁଅ ଛୁଟିଲା ।ପୁଣି ଥରେ ସେଇ ପୁରୁଣା ଦୁଃଖ କୁ ବଖାଣିଲି ସମସ୍ତେ ସବୁ ଶୁଣିଲେ ମତେ ନ୍ୟାୟ ଦେବା ଯାଏ ଲଢେଇ କରିବେ ବୋଲି ଭରଷା ବି ଦେଲେ । ଗଣମାଧ୍ୟମ ଗୁଡିକ ତାଙ୍କ ଟିଆର୍ପି ପାଇଁ ଜୋରରେ ଚିଲେଇଲେ । ସମସ୍ତ ଙ୍କୁ ଗୁହାରି କଲି ମତେ ଏଇଠୁ ନେଇଯାଅ ବହୁତ ନିର୍ଯ୍ୟାତନା ସହିବାକୁ ପଡ଼ୁଛି । କେତେ ଲୋକଙ୍କୁ ଆଉ ଉତ୍ତର ଦେବି ଦୁର୍ଷମ ବାବଦରେ । କେବେ ମତେ ନ୍ୟାୟ ମିଳିବ ଜାଣିନାହିଁ । ଏପରିକି ପୋଲିସ ଡ଼ିଜି କେଶ କୁ ରଫାଦଫା କରିଦେବାକୁ ୯୦ ହଜାର ଟଙ୍କା ଅଫର କରିଥିଲେ ସେକଥା ବି କହିଲି । ସମସ୍ତେ ଶୁଣିଲେ ଆହା ଆହା ଚୁ ଚୁ କଲେ ଆଉ କିଛି ଦିନ ପରେ ଭୁଲିଗଲେ I ପୁଣି ଏକା ହେଇଗଲି ,ନା ଆଉ ପାରିଲିନି I କେତେ ବା ଲଢ଼ିବି ? କାହା ସହିତ ଲଢ଼ିବି ? କାହା ବିରୁଦ୍ଧରେ ଲଢ଼ିବି ? ମୁଁ ପା ଗୋଟେ ଆଦିବାସୀ ଝିଅ ? ମୋ ଇଜ୍ଜତ ର ମୂଲ୍ୟ ଏଠି ଦେବ କିଏ ? !! ସହିପାରିଲିନି ବାଧ୍ୟ ହେଇ ଆତ୍ମହତ୍ୟା କରିଦେଲି । ଭାବିଥିଲି ଅନ୍ତତ ଜୀବନ ତା ଚାଲିଗଲା ପରେ ଶାନ୍ତି ମିଳିବ ହଇରେ ମୋ ପୋଡା କପାଳ I ମଲା ପରେ ବି ମତେ ନେଇ ଚାଲିଲା ରାଜନୀତି I ଜୀବିତ ଅବସ୍ଥାରେ ତ କେହି ନ୍ୟାୟ ଦେଇପାରିଲେ ନାହିଁ ସରକାର ଙ୍କ ଠୁ ଆରମ୍ଭ କରି ବିରୋଧୀ ଦଳ , ସମାଜ ସେବି ଗଣମାଧ୍ୟମ ସହିତ I ମଲାପରେ କିନ୍ତୁ ମୋ ଶବ କୁ ନେଇକି ବିରୋଧୀ ରାଜନୈତିକ ଦଳ ପୋଚା କରି ନିଜ ହୀନ ସ୍ୱାର୍ଥ ହାସଲ କରିବାକୁ ହୀନ ରାଜନୀତି କଲେ । ଏସବୁ କଣ ସତରେ ମୋର ଦରକାର ଥିଲା ? ମୋ ପାଇଁ ନିରୀହ ଓଡିଶା ବାସି କାହିଁକି କଷ୍ଟ ପାଇବେ ? ମୁଁ ତ ଖାଲି ମାଗିଥିଲି ନ୍ୟାୟ ବଦଳରେ ଓଡିଶା ବନ୍ଦ ନୁହେଁ । ନ୍ୟାୟ ନପାଇ ଦୁଷ୍କର୍ମ ର 100 ଦିନ ପରେ ବାଧ୍ୟ ହେଇ ଆତ୍ମହତ୍ୟା କଲି । କୁଆଡେ ଯାଇଥିଲେ ଆପଣ ସମସ୍ତେ ? ଯେତେବେଳେ ମୁଁ ନେହୁରା ହେଇ ନ୍ୟାୟ ମାଗୁଥିଲି ? ବଂଚିଥିବା ବେଳେ ଅନ୍ତତ ଏତିକି କରିଥିଲେ ମୁଁ ନ୍ୟାୟ ପାଇଥାନ୍ତି । ହେଲେ କେହି ବି ଜଣେ ମୁଁ କିପରି ନ୍ୟାୟ ପାଏ ସେ ଚିନ୍ତା କଲ ନାହିଁ । ତେଣୁ ଆଜି ଏ ପ୍ରହସନ କଣ ପାଇଁ ? ମତେ କାହିଁକି ମୋହର ବନାଉଛ ତୁମ ନିଜ ହୀନ ସ୍ୱାର୍ଥ ପାଇଁ ? ଇତିଶ୍ରୀ,ବେବିନା ପରେ ପୁଣି ଥରେ ଆଜି ମୁଁ ହାରିଗଲି ଏ ବ୍ୟବସ୍ଥା ଆଗରେ । ଏଥିପାଇଁ ମୁଁ କାହାକୁ ଦାୟୀ କରୁନି , ଦୋଷୀ ତ ମୁଁ ନିଜେ । କାହିଁକିନା ମୁଁ ଜଣେ ଆଦିବାସୀ ନିରୀହ ସରଳ ଝିଅ । ମୋର ବୁଝିଯିବାର ଥିଲା ମୋ ଇଜ୍ଜତ ର ମୂଲ୍ୟ କିଛି ନୁହେଁ ନଚେତ ଯଦି ବି ମୁଁ ମୁହ ଖୋଲିବି କେବଳ ମିଳିବ ମିଛ ପ୍ରତିଶୃତି ମିଛେଇ ଆଉ ପାଗଳିନୀ ର ପରିଚୟ ।
ମୁଁ ନ୍ୟାୟ ନପାଇଲି ନାହିଁ ଭଗବାନ ଆପଣ ମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଭବିଷ୍ୟତରେ ଯେମିତି ଇତିଶ୍ରୀ,ବେବିନା ଆଉ ମୋ ଘଟଣାର ପୁନରାବୃତ୍ତି ନ ଘଟୁ ।
ଇତି
ଇତି ହେଇଯାଇଥିବା କୁନ୍ଦୁଲି ପୀଡିତା ସସ୍ମିତା