ଆଜି ଓଡିଶା ବୀର ପୁତ୍ର ବିଜୁ ବାବୁ ଙ୍କୁ ନେଇ  ‘ଦି ଟଲ  ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବ

ଆଜି ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ କଳିଙ୍ଗ  ବୀର ପୁତ୍ର ବିଜୁ ବାବୁ ଙ୍କୁ ନେଇ   ‘ଦି ଟଲ  ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବ  ଭୁବନେଶ୍ୱରସ୍ଥ ଉକ୍ରଳ ମଣ୍ଡପରେ ଅପରାହ୍ଣ ୪.୩୦ରେ ଅନୁଷ୍ଠିତ ହେବ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ବିଶିଷ୍ଟ ଅତିଥି ଭାବେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ କମ୍ୟୁନିଷ୍ଟ  ନେତା ସୀତାରାମ ୟେଚୁରୀ ଯୋଗଦେବେ । ବିଶିଷ୍ଟ ଲେଖକ ତଥା ଗବେଷକ ସୁନ୍ଦର ଗଣେଶନଙ୍କ ଦ୍ୱାରା ଏହି ପୁସ୍ତକରେ ବିଜୁବାବୁଙ୍କ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ୱର  ବିଭିନ୍ନ ଦିଗ ସଂପର୍କରେ ସବିଶେଷ ତଥ୍ୟ ସହ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ପ୍ରଭୁ ଚାୱାଲା ଏହି ପୁସ୍ତକଟି ସମୀକ୍ଷା କରିବେ । 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ବାବୁ ଙ୍କ ସୁଯୋଗ୍ୟ ସନ୍ତାନ ଏହି  ଉତ୍ସବରେ ସଭାପତିତ୍ୱ କରିବେ I  ତେବେ ସବୁଠୁ ବଡ କଥା ଦଳମତ ନିର୍ବିଶେଷରେ ବିରୋଧୀ ରାଜନୈତିକ ନେତୃତ୍ୱ ମାନଙ୍କୁ  ଘର ଘର ବୁଲି  ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ଶତବାର୍ଷିକୀ କମିଟି ପକ୍ଷରୁ ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁ୍ୟମେଂଟେସନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର ଆବାହକ ତଥାଗତ ସତପଥୀ, ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ   ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁ୍ୟମେଂଟେସନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର ଆବାହକ ତଥାଗତ ସତପଥୀ, ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ    ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *