ସାଲେପୁର କଂଗ୍ରେସ  ବିଧାୟକ ଙ୍କୁ  ଟ୍ରକ ଚଢାଇ  ଜୀବନରୁ ମାରିଦେବାକୁ ଉଦ୍ୟମ.I  ଅଳ୍ପକେ ବର୍ତ୍ତିଗଲେ  ବିଧାୟକ : ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ସାଲେପୁର ବିଧାୟକ ଙ୍କୁ ବାରମ୍ବାର  ଫୋନ୍‌ ଯୋଗେ ହତ୍ୟା ଧମକ ଦିଆଯାଉଥିଲା ଶେଷରେ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଟ୍ରକ ଚଢାଇ ଦିଆଗଲା ହେଲେ ଅଳ୍ପକେ ବର୍ତ୍ତିଗଲେ  ବିଧାୟକ ବେହେରା ମହୋଦୟ I ଏଭଳି ଗୁରୁତର ସଂଗୀନ ଅଭିଯୋଗ ଆଣିଛନ୍ତି ଖୋଦ ସାଲେପୁର କଂଗ୍ରେସ  ବିଧାୟକ  ପ୍ରକାଶ ଚନ୍ଦ୍ର ବେହେରା I  ମିଳିଥିବା ସୂଚନା ଅନୁଯାଇ ଜାନୁୟାରୀ ୨୫ ତାରିଖ ଅପରାହ୍ନରେ ସାଲେପୁର କଂଗ୍ରେସ ବିଧାୟକ ବେହେରା ନିର୍ବାଚନମଣ୍ଡଳୀ  ପଞ୍ଚାୟତରୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଏଣ୍ଡୋଭର(ଓଡ଼ି-୦୫ଏମ-୦୦୦୭) କାର ଯୋଗେ ସପନପୁର ଯାଉଥିଲେ। ଏହି ସମୟରେ ସଫା-ସପନପୁର ରାସ୍ତାରେ ବିପରୀତ ଦିଗରୁ ଏକ ଟ୍ରକ ( ଓଡ଼ି-୦୫ଏମ-୦୫୬୧) ଦ୍ରୁତବେଗରେ ଆସୁଥିଲା। ଟ୍ରକର ଗତିକୁ ଦେଖି ବିଧାୟକଙ୍କ ଡ୍ରାଇଭର କାର୍‌ଟିକୁ ରାସ୍ତାର ବାମପାର୍ଶ୍ୱରେ ରାସ୍ତାରୁ ତଳକୁ ଖସାଇ ଛିଡ଼ା କରି ଦେଇଥିଲେ। ମାତ୍ର ଟ୍ରକଟି ନିଜ ସାଇଡ ଛାଡ଼ି ଡାହାଣପଟକୁ ଆସି ବିଧାୟକଙ୍କ କାର୍‌କୁ ଜୋରରେ  ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ବିଧାୟକଙ୍କ କାର୍‌ ଭାଙ୍ଗିରୁଜି ଚୂରମାର ହୋଇଯାଇଥିଲା।  କାର ରେ ଥିବା ସେଫଟି ବେଲୁନ ଫାଟିଯିବାରୁ ବିଧାୟକ ବେହେରା ଅଳ୍ପକେ ବଂଚିଯାଇଥିଲେ I ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଟ୍ରକ୍‌ ଓ ଡ୍ରାଇଭର ଜିତେନ୍ଦ୍ରଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ହେଲେ ଘଟଣା ଘଟାଇବା ପରେ ଟ୍ରକ୍‌ ଟ୍ରାଇଭର ଜିତେନ୍ଦ୍ର  ଦୃଢତାର ସହିତ ନାଲି ଆଖି ଦେଖାଇ କହିଥିଲେ, ଚଢିଗଲା କ’ଣ ହେଲା। ଗୋଟିଏ କେସ୍‌ ହେବ। ଏ ଟ୍ରକ୍‌ ହେଉଛି ପପୁ ଭାଇଙ୍କର ଓ ତପୁ ଭାଇଙ୍କ ର । ଏନେଇ ବିଧାୟକ ଏବଂ ଡ୍ରାଇଭର ଥାନାରେ ଏତଲା ଦେବା ପରେ ଜିତେନ୍ଦ୍ର ଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି I  ତେବେ  ଟାଙ୍ଗୀ ଥାନାର ଭାରପ୍ରାପ୍ତ ଅଧିକାରୀ ବଳଭଦ୍ର ମିଶ୍ର କହିଛନ୍ତି ଯେଉଁ ସ୍ଥାନରେ ଟ୍ରକଟି ଧକ୍କା ଦେଇଛି ସେଠାରେ ରାସ୍ତା ବହୁତ ଚଉଡା ରହିଛି। ତେଣୁ ଟ୍ରକ୍‌ଟି ଉଦ୍ଦେଶ୍ୟମୂଳକ ଭାବେ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ପ୍ରାଥମିକ  ତଦନ୍ତରୁ  ଜଣା ପଡୁଛି । ତେବେ  ଖୁବ୍‌ଶୀଘ୍ର ସମସ୍ତ ତଥ୍ୟ  ଲୋକଲୋଚନକୁ ଆସିବ ବୋଲି ମିଶ୍ର ସୂଚନା ଦେଇଛନ୍ତି। 

  ତେବେ  ବିଧାୟକ ବେହେରା ଙ୍କ କହିବାନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ବେନାମୀ ନମ୍ବରରୁ ତାଙ୍କୁ  ବାରମ୍ବାର ଧମକ  ଦିଆଯାଉଥିଲା ଏବଂ ରାଜନୀତି  ରାସ୍ତାରୁ ହଟିଯିବାକୁ କୁହାଯାଉଥିଲା । ନଚେତ୍‌ ଅସୁବିଧା ହେବ ବୋଲି ଧମକ ମିଳୁଥିଲା। ଏ ସମ୍ପର୍କରେ ବିଧାୟକ ବେହେରା ସେତେବେଳେ ଗ୍ରାମାଞ୍ଚଳ ଏସପି ଓ କଟକ ଡିସିପିଙ୍କୁ ଜଣାଇଥିଲେ । ହେଲେ ପୋଲିସ ଅଦ୍ୟାବଧି ସେମାନଙ୍କୁ ଠାବ କରିପାରି  ନାହିଁ । ଏବେ ପୁନର୍ବାର  ତାଙ୍କୁ ଜୀବନରୁ ମାରିଦେବାକୁ ଟ୍ରକ ଚଢାଇ  ଉଦ୍ୟମ କରାଯାଇଛି I ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଆସିଥିବାରୁ ଏହାର ଏକ ବିଧିବଦ୍ଧ ତଦନ୍ତ ଆବଶ୍ୟକ ବୋଲି  ବିଧାୟକ ଦାବି  କରିଛନ୍ତି

Leave a Reply

Your email address will not be published. Required fields are marked *