ପ୍ରେମ ପାଇଁ  ବେକରେ ଗାମୁଛା ଲଗାଇ  ଆତ୍ମହତ୍ୟା  କଲେ  ଇଞ୍ଜିନିୟରିଂ ଛାତ୍ର

ପ୍ରେମ  ରେ ହାରିଗଲା ପରେ ବାଧ୍ୟ ହେଇ ଜଣେ ଇଞ୍ଜିନିୟରିଂ ଛାତ୍ର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି।  ଘଟଣା ଟି ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ  ଘଟିଛି। ଶନିବାର ସକାଳୁ ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଛି।  ମିଳିଥିବା ସୂଚନା ଅନୁଯାଇ ମୃତକ ଯୁବକ  ହେଲେ ଭଦ୍ରକ ଜିଲାର ସତ୍ୟବ୍ରତ ଦାଶ। ଇଞ୍ଜିନିୟରିଂ ପରେ ସେ ଭୁବନେଶ୍ୱରରେ ରହି କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସତ୍ୟବ୍ରତଙ୍କ ସାଙ୍ଗ ଙ୍କ କହିବା ଅନୁସାରେ, ସତ୍ୟବ୍ରତ ଏକ ବର୍ଷ ହେବ ଜଣେ ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲେ। ହେଲେ ଉକ୍ତ ଶିକ୍ଷୟିତ୍ରୀଙ୍କର  ବିଭିନ୍ନ ଆଡୁ ବିବାହ ପ୍ରସ୍ତାବ ଆସୁଥିବାରୁ ସତ୍ୟବ୍ରତ ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା  ହେଉଥିଲା  ତେବେ ଶୁକ୍ରବାର ଅପରାହ୍ନ  ରେ  ସତ୍ୟବ୍ରତ ରୁମ୍‌ରେ ବସି କାନ୍ଦୁଥିଲେ। ସାଙ୍ଗମାନେ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ କିଛି ବୁଝି ନ ଥିଲେ।  ଏକଦମ ଚୁପ ଚାପ ରହିଥିଲେ I ପରେ ରାତିରେ ସେ ପ୍ରେମିକାଙ୍କ ସହିତ ଫୋନରେ କଥା ହୋଇଥିଲେ ଏବଂ କଥା ହେବା ସମୟରେ ଇଅର କଡ଼ କାନରେ ଥିବାବେଳେ ଆତ୍ମହତ୍ୟା କରିଥିଲେ I  ଏହା ପରେ ଶନିବାର ସକାଳେ ରୁମ୍‌ ନିକଟ ଏକ ହଲ୍‌ରେ ସତ୍ୟବ୍ରତ ଫ୍ୟାନରେ ବେକରେ ଗାମୁଛା ଲଗାଇ  ଝୁଲୁଥିବା ର  ସାଙ୍ଗ ମାନେ ଦେଖିବାକୁ ପାଇଲେ ।

ପୋଲିସ ତରଫରୁ ଶବ ବ୍ୟବଚ୍ଛେଦ କରାଯାଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି I  ପୋଲିସ ସତ୍ୟବ୍ରତଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। 

Leave a Reply

Your email address will not be published. Required fields are marked *