ଥରର ବଜେଟରେ ବିଭିନ୍ନ ସାମଗ୍ରୀର ଦର ହ୍ରାସବୃଦ୍ଧି ପାଇଁ ବିଶେଷ ସୁଯୋଗ ନଥିଲା । କାରଣ ଦେଶରେ ଜିଏସଟି ଲାଗୁ ହେବା ପରେ ଜିଏସଟି କାଉନସିଲରେ ହିଁ ବିଭିନ୍ନ ଦ୍ରବ୍ୟ ଓ ସେବା ଉପରେ ଲାଗୁ ଟିକସ (ଜିଏସଟି) ନିର୍ଦ୍ଧାରିତ ହେଉଛି । ତେବେ ଏହି ବଜେଟରେ ସରକାର କେବଳ କଷ୍ଟମ ଡ୍ୟୁଟି ବା ସୀମା ଶୁଳକ ବଢାଇବା ଦ୍ୱାରା କେତେକ ସାମଗ୍ରୀ ମହଙ୍ଗା ହୋଇଛି । ଘରୋଇ କ୍ଷେତ୍ରକୁ ସହାୟତା କରିବାକୁ ସରକାର ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ମୋବାଇଲ ଫୋନ, ସ୍ମାର୍ଟଓ୍ଵାଚ୍,ଟିଭି, ହୀରା, ଦାମୀ କାର ଇତ୍ୟାଦି । ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ହୋଇନଥିବାରୁ ସରକାର ଏହା ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳକ ହ୍ରାସ କରିବା ଦ୍ୱାରା ଦର ୨ ଟଙ୍କା କମିଛି
ବଢ଼ିଲା: ମୋବାଇଲ ଫୋନ, ସୁନାରୁପା, ସ୍ମାର୍ଟଓ୍ଵାଚ୍, ହାତଘଡ଼ି, ଟିଭି, ହୀରା ଓ ମୂଲ୍ୟବାନ ପଥର, ଦାମୀ କାର, ପରଫ୍ୟୁମ, ବସ ଓ ଟ୍ରକ ଟାୟାର, ସନଗ୍ଲାସ ଓ ପାନ ମସଲା, ଭିଡିଓ ଗେମ କନସୋଲ, ଖାଇବା ତେଲ, ଗୁଡ଼ି, ଆସବାବପତ୍ର, ସିଗାରେଟ୍, ଲାଇଟର, ମହମବତୀ, ସନସ୍କି୍ରିନ ଲୋସନ, ସେଭିଂ କ୍ରିମ, ଫ୍ରୁଟ ଜୁସ୍, ସିଲକ୍, ଲାମ୍ପ।
କମିଲା: ପେଟ୍ରୋଲ, ଡିଜେଲ, କାଜୁ, ସୋଲାର ପ୍ୟାନେଲ, ଶ୍ରବଣ ଯନ୍ତ୍ର, ବଲସ୍କ୍ରୁ।