ପରୀକ୍ଷା ସମୟରେ ୨୨ ଦିନ ପାଇଁ ରହିବ ଯାତ୍ରା ବନ୍ଦ

ଏଥର ଯାତ୍ରା ଋତୁରେ ଫେବ୍ରୁଆରି ୨୩ରୁ ମାର୍ଚ ୧୬ ପର୍ଯ୍ୟନ୍ତ ଯାତ୍ରା ବନ୍ଦ ରହିବ। ଏହି ସମୟ ମଧ୍ୟରେ ଦଶମ ଓ +୨ ପରୀକ୍ଷା ରହୁଥିବାରୁ ଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି ସରକାର।

ଦଶମ ଓ +୨ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଠ୍ୟ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ ପିଲାମାନେ ଯେପରି ଯାତ୍ରା ପରିବେଷଣ ଯୋଗୁଁ କୌଣସି ବି ସମସ୍ୟା ନ ଭୋଗନ୍ତି ସେଇ ଦୃଷ୍ଟିରୁ ଡୁମୁଡୁମା ଅଞ୍ଚଳର ଅକ୍ଷୟ କୁମାର ପଟ୍ଟନାୟକ ଗତବର୍ଷ ନଭେମ୍ବର ୨୪ ତାରିଖରେ ଏନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାକୁ ଗୁରୁତ୍ୱର ସହ ବିଚାର କରି ରାଜ୍ୟପାଳ ସେଇ ସମୟ କାଳ ମଧ୍ୟରେ ଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ରାଜ୍ୟ ସରକାର ଏ ବାବଦରେ ନିଷ୍ପତ୍ତି ନେବା ପରେ ପୁଲିସ ମହାନିର୍ଦେଶକ ସମସ୍ତ ଏସ୍‌ପି ଏବଂ ଡିଆଇଜିଙ୍କୁ ଉକ୍ତ ସମୟ ଅବଧି ମଧ୍ୟରେ ଯାତ୍ରା ପାଇଁ ଅନୁମତି ନଦେବାକୁ ଚିଠି କରିଛନ୍ତି। ଏହି ନିର୍ଦେଶକୁ ଯାତ୍ରା ଆୟୋଜକ କମିଟି ଓ ପରିଚାଳକମାନେ ଯେପରି ଧ୍ୟାନ ଦିଅନ୍ତି, ସେ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *