ଭିର୍ଣ୍ଣକ୍ଷମ ନାବାଳିକା କୁ ବର୍ଷେ ଧରି ନଅ ଜଣ ଯୁବକ ଙ୍କ ବ୍ଲାକ ମେଲିଂ କରି ବଳାତ୍କାର

ପ୍ରତାରଣା , ନିର୍ଯାତନାର  ଏକ ଭୟଙ୍କର ଏବଂ ଜଘନ୍ୟ ଘଟଣା  ଦେଖିବାକୁ ମିଳିଛି ମୁମ୍ବାଇର କୋଙ୍କଣ ଅଞ୍ଚଳରେ  । ଜଣେ  ଭିର୍ଣ୍ଣକ୍ଷମ ନାବାଳିକାକୁ ବ୍ଲାକ ମେଲିଂ କରିବା ସହ ବର୍ଷେରୁ ବେଶି ହେବ ବଳାତ୍କାର କରିଆସୁଥିଲେ ୯ ଜଣ ଯୁବକ । ଅଶ୍ଲିଳ ଭିଡିଓ ପରସ୍ପରକୁ ପଠାଇ ନାବାଳିକାର ଇଜ୍ଜତକୁ ଲୁଟୁଥିଲେ  କାମୁକ ମାନେ । ୧୫ ବର୍ଷୀୟା ପୀଡିତା ଜଣକୁ ଜଣେ ଯୁବକ ପ୍ରଲୋଭିତ କରି ଘରକୁ ଡାକିନେଇ ଥିଲା । ସେଠାରେ ଅଶ୍ଲିଳ ଭିଡିଓ ଦେଖାଇବା ସହ ତାକୁ ବଳାତ୍କାର କରିଥିଲା । ସେହି ସମୟରେ ୟେହି ଯୁବକର ଅନ୍ୟଜଣେ ବନ୍ଧୁ ଲୁଟି ରହି ସେହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲା । ତାପରେ ସେ, ନାବାଳିକା ଜଣକୁ ବ୍ଲାକ ମେଲିଂ କରିବା ସହ ତାପ୍ରତି ଦୁଷ୍କର୍ମ କରିଥିଲା । ଏହାପରେ ସେ, ସେହି ଭିଡିଓକୁ ଅନ୍ୟ ବନ୍ଧୁ ମାନଙ୍କୁ ପଠାଇଥିଲା । ସେମାନେ ସମସ୍ତେ , ନାବାଳିକାକୁ ଡରାଇ ଧମକାଇ ବିଭିନ୍ନ ସମୟରେ ବଳାତ୍କାର କରିଆସୁଥିଲେ । ତେବେ ନାବାଳିକା ଜଣକ ଅସୁସ୍ଥ ହୋଇପଡିବା ସହ ଘର ଲୋକଙ୍କୁ ସବୁ  କହିଥିଲା । ନାବାଳିକାର ମାଆଙ୍କ ଏଫଆଇଆର ଭିତ୍ତିରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ବୟସ ୨୦ ରୁ ୨୫ ବର୍ଷ ଭିତରେ । ତେବେ ଫେରାର ଥିବା ଶେଷ ଅଭିଯୁକ୍ତର ବୟସ ୩୦ ବର୍ଷ ହେବ । ସେ ଜଣେ ପୂର୍ବତନ ମହିଳା କର୍ପୋରେଟରଙ୍କ ପୁଅ, ଯେକି ବର୍ତ୍ତମାନ ବିଜେପିରେ ଅଛନ୍ତି । ଏହି ଘଟଣାରେ ପୋଲିସ କିଛି ମୋବାଇଲ ଫୋନ ଜବତ କରି ଫରେନସିକ ଲ୍ୟାବ୍‌କୁ ପଠାଇଛି । ତେବେ ଭିଡିଓରେ ଥିବା ଚିତ୍ରରେନାବାଳିକାକୁ ଦୁଷ୍କର୍ମର ଠୋସ ପ୍ରମାଣ ଥିବା କହିଛନ୍ତି ସରକାରୀ ଓକିଲ ।ଏହି ଘଟଣା କୋଙ୍କଣ ସମେତ ସାରା ମହାରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ସୁଷ୍ଟି କରିଛି ।

Leave a Reply

Your email address will not be published. Required fields are marked *