ଅପହୃତ ଭାରତୀୟ ଜାହାଜ ଜଳଦସ୍ୟୁଙ୍କ କବଳରୁ କରାଗଲା ମୁକ୍ତ,୨୨ ଭାରତୀୟ ସୁରକ୍ଷିତ

ନୂଆଦିଲ୍ଲୀ : ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ହୋଇଥିବା ମର୍ଚାଣ୍ଟ ସିପ୍‌ ମେରାଇନ୍‌ ଏକ୍ସପ୍ରେସ (IMO 9403322) ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇଛି ଏବଂ ଏଥିରେ ଥିବା ୨୨ ଭାରତୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସୁଷମା ସ୍ୱରାଜ ସ୍ପଷ୍ଟ କରିଛନ୍ତି।

କିଛି ଦିନ ତଳେ ପଶ୍ଚିମ ଆଫ୍ରିକାର ବେନିନ୍‌ ଉପକୂଳର ଜଳଦସ୍ୟୁମାନେ ଏହି ତୈଳବାହୀ ଜାହାଜକୁ ଅପହରଣ କରିନେଇଥିଲେ। ଏହାପରେ ସେମାନେ ଜାହାଜର ଯୋଗାଯୋଗ ବ୍ୟବସ୍ଥାକୁ ଅଚଳ କରିଦେଇଥିଲେ। ଜାହାଜଟି ମୁକ୍ତ ହୋଇଯାଇଛି ବୋଲି ମଙ୍ଗଳବାର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟ୍‌ କରି ଜଣାଇଛନ୍ତି ।

ମୁମ୍ବାଇର ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଙ୍ଗ କମ୍ପାନି ମାଲିକାନାରେ ଥିବା ଏହି ଜାହାଜ ଅପହୃତ ହେବାପରେ ବିଦେଶ ମନ୍ତ୍ରୀ ଜାହାଜଟିକୁ ଖୋଜିବା ପାଇଁ ନାଇଜେରିଆର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଥିବା ବେଳେ ସେ ଏ ନେଇ ପୂର୍ଣ୍ଣ ସହଯୋଗ କରିବେ ବୋଲି କଥା ଦେଇଥିଲେ । ସେମାନେ ସେମାନଙ୍କ କଥା ରଖିବା ସହ ଭାରତର ଏହି ମିସନରେ ସାହାଯ୍ୟ କରିଥିବାରୁ ସୁଷମା ସ୍ୱରାଜ ତାଙ୍କୁ ଟ୍ଵିଟ୍‌ କରି ଧନ୍ୟବାଦ୍‌ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *