ଫେସବୁକରେ ଟଙ୍କା ମାଗୁଛନ୍ତି ନକଲି ଅନୁଭା

କିଛିଦିନ ତଳେ ବାବୁଶାନ ଙ୍କ ନାଁ ରେ ନକଲି ଫେସବୁକ  ଆଇଡି ଖୋଲି ଶୁଭେଛୁ ଙ୍କ ଠାରୁ ଟଙ୍କା ମାଗି ଜଣେ ବ୍ୟକ୍ତି ଗିରଫ ହେଇଥିବା ବେଳେ  ଆଜି ପୁଣି ଥରେ ଆଉ  ଜଣେ ଅଜଣା  ବ୍ୟକ୍ତି ଓଲିଉଡ ଅଭିନେତ୍ରୀ ଅନୁଭାଙ୍କ ନାଁରେ ଫେସବୁକରେ ମିଛ ଆକାଉଣ୍ଟ ଖୋଲି  ଶୁଭେଛୁ ମାନଙ୍କୁଠାରୁ  ଟଙ୍କା ହଡପ କରିବାକୁ ଉଦ୍ୟମ କରିଛନ୍ତି । ଏନେଇ ସାଇବର ବିଭାଗରେ ଅନୁଭା ଅଭିଯୋଗ କରିଛନ୍ତି ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନି I ମିଳିଥିବା ସୂଚନା ଅନୁଯାଇ ଅନୁଭା ଙ୍କ ନାଁ ରେ ଫେସବୁକ ଆଇଡି ଖୋଲି ଶୁଭେଛୁ ମାନଙ୍କ ସହିତ ଚାଟିଙ୍ଗ କରି ବ୍ୟକ୍ତି ଜଣଙ୍କ  ଟଙ୍କା ମାଗିଛନ୍ତି ଏବଂ କହିଛନ୍ତି:-ମୁଁ ଅସୁବିଧାରେ ଅଛି । ଏବେ ବେଙ୍ଗାଲୁରୁର । ମୋ  ଆକଉଣ୍ଟ ନମ୍ବରରେ ଟଙ୍କା ପଠାନ୍ତୁ ।  ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ ନମ୍ବର ଦେଇ ସେହି ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅନୁରୋଧ କରିଥିଲେ । ତେବେ ଏକଥା ଜଣାପଡ଼ିବା ପରେ  ଅନୁଭା  ସାଇବର ବିଭାଗରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *