ଅଭିଯୋଗ ନ ଶୁଣିବାରୁ  ଏସ୍‌ପିଙ୍କ ଗାଡ଼ି ଆଗରେ ଶୋଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମହିଳା ଜଣଙ୍କ ସ୍ବାମୀ  ଙ୍କ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା  ସହି ନପାରି ଚାଲି ଆସିଥିଲେ  ,ପୋଲିସ ଅଭିଯୋଗ ଗ୍ରହଣ  କଲା ହେଲେ  ଅଭିଯୁକ୍ତ ସ୍ୱାମୀ କୁ  ଗିରଫ କଲାନି I ସେପଟେ  ଉକ୍ତ  ଘଟଣାକୁ ନେଇ ମହିଳାଙ୍କୁ ତାଙ୍କ ସ୍ୱାମୀ  ବାରମ୍ବାର  ଜୀବନରୁ ମାରିଦେବାର ହତ୍ୟା ଧମକ  ଅସହ୍ୟ  ହେଇପଡୁଛି  I  ବାଧ୍ୟ ହେଇ ମହିଳା ଜଣକ ଅନ୍ୟ ଉପାୟ ନପାଇ  ଆଜି ଭଦ୍ରକ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟ  ରେ ପହଂଚିଥିଲେ ଏବଂ  ତାଙ୍କ ଅଭିଯୋଗ ନ  ଶୁଣିବାରୁ  ମହିଳା ଜଣକ  ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି ଆଗରେ ଶୋଇ  ରହି  ଆତ୍ମହତ୍ୟା ଉଦ୍ୟମ  କରିଥିଲେI 

Leave a Reply

Your email address will not be published. Required fields are marked *