ପ୍ରଧାନ ସାରେ  ଏବଂ ରୋଷେୟା ନାନୀ ଙ୍କ ପାପ ସମ୍ପର୍କ ଦେଖିଦେଲେ ବୋଲି କୁନି ଝିଅକୁ ହତ୍ୟା ଧମକ

କୁନି ଝିଅକୁ ପ୍ରଧାନଶିକ୍ଷକଙ୍କ ଏବଂ ରୋଷେୟା ର ଜୀବନରୁ ମାରିଦେବାର  ଧମକ I  କାରଣ ଜାଣିଲେ ଆପଣ ବି ଚକିତ ହେଇଯିବେ ସୂଚନା ଅନୁଯାଇ ଖୋର୍ଦ୍ଧା ବାଣପୁର ତାଳବରେଇ    ପ୍ରଧାନଶିକ୍ଷକ ବାଲ୍ମୀକି ସାହୁ ରୋଷେୟା ବାସନ୍ତୀ ଙ୍କ ସହିତ ଅନ୍ୟେତିକ ସମ୍ପର୍କ ରେ ଲିପ୍ତ ଥିବା ବେଳେ କୁନି ଛାତ୍ରୀ ଟି ସେମାନଙ୍କୁ ଅସଂଯତ ଅବସ୍ଥାରେ ଦେଖିଦେଇଥିଲା  I ଯେଉଁଥିପାଇଁ କାଳେ ଧରାପଡିଯିବେ ସେହି ଭୟରେ କୁନି ଝିଅଟିକୁ ଧମକାଇଥିଲେ , ଯଦି ଘଟଣା ବିଷୟରେ କାହାକୁ କହିବୁ ତେବେ ଭାତରେ ବିଷ ଦେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ I  ଏନେଇ କୁନି ଝିଅଟି କାହାକୁ କିଛି ନକହି ସକାଳୁ ସକାଳୁ ଆଶ୍ରମ ଛାଡି ଲୁଚି ପଳାଇ ଆସିଥିଲା ଏବଂ ଘରେ କହିବା ପରେ କୁନି ଝିଅର ଅଭିଭାବକ   ଶିବ ଶବର  ଏନେଇ ଥାନାରେ ଏତଲା ଦେଇଛନ୍ତି ଏବଂ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ସୃଷ୍ଟି ହେଇଛି I  ପ୍ରଧାନଶିକ୍ଷକ ବାଲ୍ମୀକି ଫେରାର ଅଛନ୍ତି  , ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି I

One Comment on “ପ୍ରଧାନ ସାରେ  ଏବଂ ରୋଷେୟା ନାନୀ ଙ୍କ ପାପ ସମ୍ପର୍କ ଦେଖିଦେଲେ ବୋଲି କୁନି ଝିଅକୁ ହତ୍ୟା ଧମକ”

Leave a Reply

Your email address will not be published. Required fields are marked *