ଅଭିଯୋଗ ନ ଶୁଣିବାରୁ  ଥାନା ଭିତରେ ଥାନା ବାବୁ (IIC ) ଙ୍କୁ ନିସ୍ତୁକ ମାଡ ମାରିଲେ ଅଭିଯୋଗକାରୀ

ଦିନକୁ ଦିନ ପୋଲିସର ନିଷ୍କ୍ରିୟତା ବଢି ଚାଲିଛି ସାଧାରଣ ଜନତା ନ୍ୟାୟ ନପାଇ ବହୁ ହଇରାଣ ହେଉଛନ୍ତି ଯାହାଫଳରେ ବାଧ୍ୟ ହେଇ ପୋଲିସ ଉପରେ ତାଙ୍କ ଅସନ୍ତୋଷ ପୁଞ୍ଜିଭୂତ ହେଉଛି I  ପୋଲିସର ନିଷ୍କ୍ରିୟତା ଯୋଗୁଁ ଲୋକେ ବାରମ୍ବାର ଆଇନ ହାତକୁ ନେଉଛନ୍ତି। ଗତକାଲି  ଅପରାହ୍ନ ପ୍ରାୟ ୫ଟାରେ  ମର୍କତନଗର ଥାନାରେ ଆଇଆଇସି ଦେବେନ୍ଦ୍ର ନାଥ ବିଶ୍ୱାଳଙ୍କୁ  ତାଙ୍କ ପ୍ରକୋଷ୍ଠରେ ମାଡ଼ ମାରିଛନ୍ତି ଜଣେ ଅଭିଯୋଗକାରୀ । ମାଡ ମାରିଥିବା ଯୁବକ ଙ୍କ ନାମ  ଆନନ୍ଦ I ୩ ବର୍ଷ ତଳେ ତାଙ୍କ ସଫ୍ଟୱେର ଚୋରି ହୋଇଥିଲା। ଯାହାଫଳରେ ଫଳରେ ସେ ୨.୫ କୋଟି ଟଙ୍କାର କ୍ଷତି ସହିଥିବା ନେଇ ୨୦୧୫ରେ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା କି ଚୋର କୁ ଧରି ପାରିନଥିଲା I ଫଳରେ ବାଧ୍ୟ ହୋଇ ଆନନ୍ଦ ରବିବାର ଦିନ  ଦୁଇ ପିଲା ଓ ସ୍ତ୍ରୀଙ୍କ ସହ ଥାନାରେ ପହଞ୍ଚତ୍ଥିଲେ।  କାହିଁକି ତାଙ୍କ ଅଭିଯୋଗ ଶୁଣାଯାଉନି ଏବଂ ଚୋର କୁ ଧରାଯାଉନି ବୋଲି  ଆଇଆଇସିଙ୍କ ଚାମ୍ବର ଭିତରକୁ ପଶି ଗାଳିଗୁଲଜ କରିଥିଲେ  , ଏବଂ ଉତ୍ତେଜିତ ହୋଇ ଆଇଆଇସିଙ୍କୁ ମାଡ଼ ମାରିଥିଲେ, ବୋଲି   ଆଇଆଇସି ଅଭିଯୋଗ କରି ଆନନ୍ଦ କୁ ଗିରଫ କରି କୋର୍ଟ ପଠେଇ ଦେଇଛନ୍ତି I କିନ୍ତୁ ଆନନ୍ଦ ଆଇଆଇସିଙ୍କୁ ମାଡ଼ ମାରିଥିଲେ କି ନାହିଁ ତାହା 

 ଜଣା ପଡିନି ଥାନାର ସିସିଟିଭି କ୍ୟାମେରା ଯାଞ୍ଚ କଲେ ସ୍ପଷ୍ଟ ହୋଇଯିବ।

Leave a Reply

Your email address will not be published. Required fields are marked *