ଚାକିରୀ  ପାଇଁ ଭାଇ ସାଜିଲା  ଭଗାରୀ

ଅର୍ଥ ହିଁ  ଅନର୍ଥର ମୂଳ ଏବଂ ରକ୍ତ ସଂପର୍କକୁ ପର କରିଦିଏ ତାହାର ଜ୍ବଳନ୍ତ ’ ଉଦାହରଣ  ଦେଖିବାକୁ ମିଳିଛି କପ୍ତିପଦା ରେ I ବାପାଙ୍କ ମୃତ୍ୟୁ  ପରେ ନିଜେ ଚାକିରୀ କରିବା ପାଇଁ ସାନଭାଇ ନିଜକୁ ବଡଭାଇର ପରିଚୟ ଦେବା ସହିତ ବଡଭାଇକୁ ପର କରିଦେଲା I   ଆଉ ଜାଲିଆତିର ସାହାଯ୍ୟ ନେଇ ସରକାରୀ ଚାକିରୀ କରିବା ପାଇଁ ଭାଇ ହେଲା ଭଗାରୀ । ଯାହାକୁ ନେଇ ବଡଭାଇ ଏବେ  ବାରଦୁଆର ସୁଣ୍ଡିପିଣ୍ଡା ହେଉଥିବା  ବଳେ ଜାଲ ସାର୍ଟିଫିକେଟରେ ସରକାରୀ ଚାକିରୀ ହାତେଇ ନେଇଛି ସାନ ଭାଇ । କପ୍ତିପଦା ବ୍ଲକ ପେଡାଗଡି ଗ୍ରାମର ଜୟଚନ୍ଦ୍ର ତ୍ରିପାଠୀ ବାରିପଦାସ୍ଥିତ ବାଲେଶ୍ବର ମୟୂରଭଞ୍ଜ  ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଡ୍ରାପସ୍ ମ୍ୟାନ୍ ହିସାବରେ ଚାକିରୀ କରୁଥିଲେ  । ଯାହାକି ଗତ 2005 ମଇ 30 ତାରିଖ ଦିନ ତାଙ୍କର ମୃତ୍ୟୁ  ହୋଇଥିଲା  । ଏହା ପରେ ସରକାରଙ୍କ ପୁନଃ ନିଯୁକ୍ତି ନିୟମ ଅନୁସାରେ ତାଙ୍କର ବଡପୁଅ ବାପାଙ୍କ ବଦଳରେ ଚାକିରୀ କରିବା କଥା । ମୃତ ଜୟଚନ୍ଦ୍ରଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିବା  ବେଳେ  ବାପାର ମୃତୁ ପରେ ତାଙ୍କର ସାନପୁଅ ସୟ ତ୍ରିପାଠୀ ନିଜକୁ ବଡପୁଅ ଦର୍ଶ।ଇ ଜାଲ୍ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ କରି ପୁନଶ୍ଚ ଗତ 2014 ମସିହାରେ ବାରିପଦାସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ନାଇଟ୍ ୱାଚମ୍ୟାନ୍ ଚାକିରୀ କରିଛି । ଯାହାକି ମୃତ ଜୟଚନ୍ଦ୍ରଙ୍କ ବଡ ପୁଅ ଏ ବାବଦରେ କିଛି ଜାଣି ନଥିଲେ  ପରେ  ବଡ ଭାଇ ଯେତେବେଳେ ଏ   ବିଷୟରେ ଜାଣିବାକୁ ପାଇଲେ  ଯେ, ତାଙ୍କର ସାନଭାଇ ସୟ ନିଜକୁ ବଡଭାଇ ଦର୍ଶ।ଇ, ନିଜର ବୟସକୁ ଅଧତ୍କ କରାଇ ଜାଲ୍ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଦେଇ  ବାପାଙ୍କ ଚାକିରୀ ହାତେଇ ନେଇଛି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ନିଜ ଭାଇ ଯେ ଭଗାରୀ ସାଜିଲା ସେ ବିଶ୍ୱାସ କରିପାରୁନାହାନ୍ତି I

Leave a Reply

Your email address will not be published. Required fields are marked *