ଓଟିଭି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ନବୀନ: ଜାଣନ୍ତୁ କଣ କଲେ ଟ୍ୱିଟ

ଓଟିଭି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ଗଣମାଧ୍ୟମର କ୍ଷମତାର ଅପବ୍ୟବହାର ଏକ ଅପରାଧ ।

ଏହା ଟ୍ଵିଟ୍‌ କରିବା ସହ ନବୀନ ଓଟିଭି ବିରୋଧରେ ବିଜେଡ଼ି ତରଫରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ କରାଯାଇଥିବା ଅଭିଯୋଗପତ୍ରର ଏକ ନକଲ ସେ ଅପଲୋଡ କରିଛନ୍ତି ।

ଏହି ଅଭିଯୋଗ ପତ୍ରରେ ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ ଦଳରୁ ନିଳମ୍ବିତ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ବିଜେଡ଼ି ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଗତ କିଛି ଦିନ ଧରି ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣ କରିଚାଲିଛି । ବିଜେପୁର ଉପ-ନିର୍ବାଚନ ସଂପର୍କରେ ଏହି ଚ୍ୟାନେଲରେ ଏକପାଖିଆ, ପକ୍ଷପାତମୂଳକ ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ସୁହାଇଲା ଭଳି ଖବର, ଆଲୋଚନା, ଜନମଞ୍ଚ ଆଦି ପ୍ରସାରଣ କରୁଛି । ଅତ୍ୟନ୍ତ ପକ୍ଷତପାଭାବେ ଏହା ଜଣେ ପ୍ରାର୍ଥିଙ୍କୁ ସମର୍ଥନ କରୁଥିବାରୁ ଏହା ପେଡ୍‌ ନ୍ୟୁଜ୍‌ର ପର୍ଯ୍ୟାୟଭୁକ୍ତ ହେଉଛି ।

 

Leave a Reply

Your email address will not be published. Required fields are marked *