ଲାଞ୍ଚ ନେବା ବେଳେ କଟକ ସଦର ବ୍ଲକ୍‌ କୋର୍ଡିିନେଟର୍‌ ଗିରଫ

ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଶୌଚାଳୟ ପାଇଁ ଟଙ୍କା ମଂଜୁର କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ  ଧରା ପଡିଛନ୍ତି କଟକ ସଦର ବ୍ଲକ୍‌ କୋର୍ଡିନେଟର୍‌ ସନ୍ତୋଷ କୁମାର କର। ଉରାଳି ନରସିଂହପୁର ଅଞ୍ଚଳର ମୀନକେତନ ତ୍ରିପାଠୀଙ୍କ ଠାରୁ ଲାଞ୍ଚ ନେଉଥିବା ଭିଜିଲାନ୍ସ ବେଳେ ହାତରେ  ଧରା ପଡିଛନ୍ତି।

ଉରାଳି ଅଞ୍ଚଳର ୧୪ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଶୌଚାଳୟ ମିଳିଥିବା ବେଳେ ତାହା ମଂଜୁର କରିବା ଏବଂ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଶ୍ରୀ କର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କଲ୍ୟାଣୀନଗରରେ ଥିବା ଏକ କୋଚିଂ ସେଣ୍ଟର ଭିତରେ ଟଙ୍କା ଦେବାକୁ କହିଥିଲେ। ଏ ସଂପର୍କରେ ମୀନକେତନ ତ୍ରିପାଠୀ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଯୋଜନା ଅନୁଯାୟୀ କେମିକାଲ୍‌ ବୋଳା ଟଙ୍କା ଧରି ମୀନକେତନ ଅପରାହ୍ନ ସାଢେ ଚାରିଟାରେ କୋଚିଂ ସେଣ୍ଟର ଭିତରେ ଶ୍ରୀ କରଙ୍କୁ ଦେଇଥିଲେ। ଶ୍ରୀ କର ଟଙ୍କା ଗଣି ତାହାକୁ ଟେବୁଲ୍‌ ଡ୍ରରେ ରଖିଥିଲେ।

ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଚଢଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ।

Leave a Reply

Your email address will not be published. Required fields are marked *